ନିଜ ନାଁ ର ପତିତପାବନ ବାନା ଚଢିବା ସପରିବାର ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସନ୍ଧ୍ୟାରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏସମ୍ୱନ୍ଧରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ, “ଭାରତର ମହାମହିମ ରାଷ୍ଟ୍ରପତି ତାଙ୍କ ପରିବାର ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଛନ୍ତି । ଯାହା ବ୍ୟବସ୍ଥା ପର୍ବରୁ ନିର୍ଦ୍ଧାରିତ ହୋଇଥିଲା ସେହି ଅନୁଯାୟୀ ସନ୍ଧ୍ୟା ୫ଟାରୁ ୬ଟା ପର୍ଯ୍ୟନ୍ତ ସେ ନିଜ ପରିବାର ସହିତ ଶ୍ରୀମନ୍ଦିରରେ ଥିଲେ । ତାଙ୍କ କୌଳିକ ପଣ୍ଡା ତାଙ୍କ ସହିତ ଯାଇଥିଲେ । ବହୁତ ଆନନ୍ଦର ସହିତ ଶ୍ରୀ ଜଗନ୍ନାଥଙ୍କ ଦର୍ଶନର ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହେଇଛି ।
ସେହିପରି ରାଷ୍ଟ୍ରପତିଙ୍କ ନାଁରେ ଚଢ଼ାଯାଇଥିବା ପତିତବବନ ବାନା ଶ୍ରୀମନ୍ଦିର ଉପରେ ଚଢ଼ାଯାଉଥିବା ସମୟରେ ରାଷ୍ଟ୍ରପତି ମନ୍ଦିର ବେଢ଼ା ପରିକ୍ରମା କରୁଥିଲେ । ସେହିସମୟରେ ରାଷ୍ଟ୍ରପତି ଉପସ୍ଥିତ ରହିବା ଏବଂ ସପରିବାର ନୀଳଚକ୍ର ଏବଂ ବାନାର ଦର୍ଶନ କରିବା ଏକ ସୌଭାଗ୍ୟର ବିଷୟ” ।