କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କଲେ ଜଗନ୍ନାଥ ପ୍ରଧାନ ଓ ତାଙ୍କ ଭାଇ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରନା ଦିନକୁ ଦିନ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ସମଗ୍ର ଦେଶବାସୀ ଏକତ୍ରିତ ହୋଇ ସରକାରଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତ ବଢ଼ାଉଛନ୍ତି । ଭୁବନେଶ୍ୱର ର ବିଜେପି ନେତା ଜଗନ୍ନାଥ ପ୍ରଧାନ କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ରିଲିଫ ପାଣ୍ଠିକୁ ସହଯୋଗ ହାତ ବଢାଇଛନ୍ତି । ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ୩୦,୦୦୦ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦,୦୦୦ ଟଙ୍କା ର ଚେକ ପ୍ରଦାନ କରିଛନ୍ତି । ଏହାସହ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି, ଦେଶର ବିପଦ ସମୟରେ ନିଜର ସମର୍ଥ ଅନୁଯାୟୀ ସହଯୋଗ କରନ୍ତୁ ।

ସେହିପରି ଜଗନ୍ନାଥ ପ୍ରଧାନଙ୍କ ସାନ ଭାଇ ବିଶ୍ୱନାଥ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ୬୫,୦୦୦ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୫,୦୦୦ ଟଙ୍କା ପ୍ରଦାନ କରିଛନ୍ତି ।

Leave a comment