ଚେକଅପ୍ ପାଇଁ SCB ରେ ଜଗା

0

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ SCB ମେଡିକାଲରେ ଜଗା। ଜଗାର ମୁଣ୍ଡ ସ୍କାନ କରାଯିବ। SCBକୁ ଆଣିଛନ୍ତି ତାଙ୍କ ବାପା। ଜଗା ମୁଣ୍ଡର ମସ୍ତିଷ୍କ କିଭଳି ରହିଛି ତାର ଚେକଅପ୍ ପାଇଁ SCBକୁ ଅଣାଯାଇଛି।

ସୂଚନା ମୁତାବକ ଜଗାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାକୁ କାଜୁଆଲଟିର ଉପରମହଲାରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ଦେଇଛନ୍ତି ଜଗାଙ୍କ ବାପା। ୨୦୧୯ ସେପ୍ଟେମ୍ବର ୭ ତାରିଖରେ କନ୍ଧମାଳର ଜୋଡା ମୁଣ୍ଡ ଶିଶୁ ଜଗା- କାଳିଆକୁ ଦିଲ୍ଲୀ ଏମ୍ସରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। SCBରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ହୋଇଥିଲା।

Leave a comment