ତୁଣ୍ଡ ପାଇଁ ମିଳିଲା ଦଣ୍ଡ, ଇତିଶ ଦଳରୁ ନିଲମ୍ବିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆ (ଏନଏସୟୁଆଇ)ରୁ ରାଜ୍ୟ ଏନଏସୟୁଆଇ ଆବାହକ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି । ଏନଏସୟୁଆଇର ଜାତୀୟ ସମ୍ପାଦକ ମୋଥା ରେହିତ, ଇତିଶଙ୍କୁ ଦଳରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ ନିଲମ୍ବନ କରିଛନ୍ତି ।

ସୂଚନା ଅନୁଯାୟୀ, କିଛିଦିନ ପୂର୍ବେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ପିସିସି ସଭାପତି ଙ୍କୁ ଦିଲ୍ଲୀରୁ ଫେରିବା ପରେ ରାଜ୍ୟରେ ପୁରାଇ ଦିଆଯିବ ନାହିଁ ବୋଲି ମନ୍ତବ୍ୟ ରଖିଥିଲେ । ଯାହାକୁ ନେଇ ଇତିଶ ସଂଗଠନରେ ବିଶୃଙ୍ଖଳା କରୁଥିବା ରାଜ୍ୟ ଏନଏସୟୁଆଇ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲା । ଏହି ଅଭିଯୋଗ ପରେ ଏନଏସୟୁଆଇର ଜାତୀୟ ସମ୍ପାଦକ ତୁରନ୍ତ ଇତିଶଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ।

କିଛିଦିନ ହେଲା ରାଜ୍ୟ କଂଗ୍ରେସ ନିଜ ଦଳକୁ ସଜାଡ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏନଏସୟୁଆଇର ଇତିଶଙ୍କୁ ଦଳରୁ ନିଲମ୍ବନକୁ ଏକ ଦୃଢ ପଦକ୍ଷେପ ବୋଲି ରାଜନୈତିକ ବିଶେଷଜ୍ଞ ମନେ ମତ ରଖିଛନ୍ତି ।

Leave a comment

You cannot copy content of this page