ରକ୍ତ ଅଭାବରୁ କେହି ଜଣେ ବି ସ୍ବାସ୍ଥ୍ୟଗତ ସମସ୍ୟାରେ ସମୁଖୀନ ନ ହୁଅନ୍ତି ଏହା ଆମର କର୍ତ୍ତବ୍ୟ ଓ ଦାୟିତ୍ବ : ସଞ୍ଜୟ ଦାସବର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଠାରେ ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ ସେ କହିଛନ୍ତି କରୋନା ମହାମାରୀର ଏହି କଠିନ ପରିସ୍ଥିତିରେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଆନ୍ତରିକ ସାଧୁବାଦ ।
କେହିଜଣେ ବି ବ୍ୟକ୍ତି ରକ୍ତ ଅଭାବରୁ ସ୍ବାସ୍ଥ୍ୟ ଗତ ସମସ୍ୟାରେ ସମୁଖୀନ ନ ହୁଅନ୍ତି ସେଥିପାଇଁ ଏହା ଆମର କର୍ତ୍ତବ୍ୟ ଓ ଦାୟିତ୍ବ । ରକ୍ତଦାନ କ୍ଷେତ୍ରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଲୋକଙ୍କ ଆଶା ଓ ଭରସା ସାଜିଛି । ଏବଂ ସେ ଅନୁରୋଧ ମଧ୍ୟ କରିଛନ୍ତି ଗୁରୁତର କରୋନା ସଂକ୍ରମିତ କୁ ଆରୋଗ୍ୟ କରିବା ପାଇଁ ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ । ସେଥିପାଇଁ ଜଣେ ଆରୋଗ୍ୟ ବ୍ୟକ୍ତି ସୁସ୍ଥ ହେବାର ୪ ସପ୍ତାହ ପରେ ପ୍ଲାଜମା ଦାନ କରି ଦୁଇ ଗୁଣ କରୋନା ରୋଗିଙ୍କୁ ନୂଆ ଜୀବନ ଦେଇ ପାରିବେ । ନିଜେ ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବାକୁ କରୋନା ସଂକ୍ରମଣ ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ଶ୍ରୀ ଦାସବର୍ମା ବିନମ୍ର ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ଓଡ଼ିଶା-ମୋ ପରିବାର ପୁରୀ ଜିଲ୍ଲା ସଂଯୋଜକ ସୁଭାସିସ ଖୁଣ୍ଟିଆ, ଓଡ଼ିଶା-ମୋ ପରିବାର ପୁରୀ ଜିଲ୍ଲା ର କୋ ସଂଯୋଜକ ଭଗବାନ ପଢ଼ିହାରୀ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଷ୍ଟାଲିନ୍ ପରିଜା ଏବଂ ବିଜୁ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ ।