ଚନ୍ଦ୍ରପୃଷ୍ଠରେ ଚାଲିଲା ରୋଭର ପ୍ରଜ୍ଞାନ, ଇସ୍ରୋ ଜାରି କଲା ପ୍ରଥମ ଭିଡିଓ…
ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ କାର୍ଯ୍ୟ ଆରମ୍ଭ କରି ଦେଇଛି ଚନ୍ଦ୍ରଯାନ-୩। ଚନ୍ଦ୍ରପୃଷ୍ଠରେ ଠିକ୍ ଭାବେ କାମ କରୁଛି ରୋଭର ପ୍ରଜ୍ଞାନ । ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରୁଥିବା ବେଳର ଭିଡିଓ ଜାରି କଲା ଇସ୍ରୋ । ଲ୍ୟାଣ୍ଡର କ୍ୟାମେରାରୁ ଉତ୍ତୋଳନ କରାଯାଇଛି ଏହି ଭିଡିଓ ।
Here is how the Lander Imager Camera captured the moon's image just prior to touchdown. pic.twitter.com/PseUAxAB6G
— ISRO (@isro) August 24, 2023
ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ ପରେ ଏଥିରୁ ରୋଭର୍ ପ୍ରଜ୍ଞାନ ବାହାରି କାମ ଆରମ୍ଭ କରିଛି । ରୋଭର୍ ପ୍ରଜ୍ଞାନ ୧୪ ଦିନ ଧରି ଇସ୍ରୋକୁ ଚନ୍ଦ୍ରପୃଷ୍ଠର ଟିକନିକ୍ ସୂଚନା ପଠାଇବ।
ଜୁଲାଇ ୧୪ରେ LVM-3 ଯୋଗେ ଚନ୍ଦ୍ରପୃଷ୍ଠକୁ ଯାଇଥିଲା ଚନ୍ଦ୍ରଯାନ-୩ । ଶତୀଶ ଧାୱନ ପରୀକ୍ଷଣ କେନ୍ଦ୍ରରୁ ଇସ୍ରୋ ଉତକ୍ଷେପଣ କରିଥିଲା ।ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଦକ୍ଷିଣ ମେରୁରେ ନିଜର ଚନ୍ଦ୍ରଯାନ-୩କୁ ସଫ୍ଟ ଲ୍ୟାଣ୍ତିଂ କରି ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। ଏହି ସଫଳତା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ।