ବେରୁତ୍ ଆକ୍ରମଣରେ ମାଷ୍ଟର ମାଇଣ୍ଡ ହିଜ୍ବୁଲ୍ଲା କମାଣ୍ଡର ଫାଉଦ୍ ଶୁର୍କୁ ନିହତ
ପ୍ରତିଶୋଧ ନେଲା ଇସ୍ରାଏଲ୍ । ବେରୁତ୍ ଆକ୍ରମଣରେ ମାଷ୍ଟର ମାଇଣ୍ଡ ହିଜ୍ବୁଲ୍ଲା କମାଣ୍ଡର ଫାଉଦ୍ ଶୁର୍କୁ କରିଲା ନିହତ। କମାଣ୍ଡର ଫାଉଦ୍ ଶୁକର୍ ହିଜ୍ବୁଲ୍ଲାର ସବୁଠୁ ବରିଷ୍ଠ କମାଣ୍ଡର ବୋଲି ଦାବି କରିଛି ଇସ୍ରାଏଲ୍ ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ଇସ୍ରାଏଲ୍ ସେନା ପକ୍ଷରୁ ବେରୁତ୍ ଅଞ୍ଚଳର ଏୟାରଷ୍ଟ୍ରାଇକ୍ ହୋଇଥିଲା । ଯେଉଁଥିରେ ହିଜ୍ବୁଲ୍ଲା କମାଣ୍ଡର ଫାଉଦ୍ ଶୁର୍କୁ ନିହତ ହୋଇଥିବା ଦାବି କରିଛି ଇସ୍ରାଏଲ୍ । କିଛି ଦିନ ତଳେ ଗୋଲାନ ହାଇଟ୍ସରେ ହୋଇଥିବା ରକେଟ୍ ହମ୍ଲା ମୁଖ୍ୟ କାର୍ପଟଦାର ଥିଲା ଫାଉଦ୍ ଶୁକର୍।ଲେବାନନ୍ର ଆତଙ୍କୀ ସଂଗଠନ ହିଜୁବୁଲ୍ଲା ସଂଗଠନ ଇସ୍ରାଏଲ୍ର ଗୋଲେନ ହାଇଟ୍ସରେ ଶନିବାର ଏକ ଫୁଟ୍ବଲ ଗ୍ରାଉଣ୍ଡରେ ରକେଟ୍ ଜରିଆରେ ଆକ୍ରମଣ କରିଥିଲା । ଯେଉଁଥିରେ ୧୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଏହା ପର ଠାରୁ ଇସ୍ରାଏଲ୍ ଆକ୍ରମଣ ନେଇ ଯୋଜନା କରୁଥିଲା । ଆଉ ଶେଷରେ ମଙ୍ଗଳବାର ଦିନ ପ୍ଲାନ କରି ସଫଳତ ହୋଇଛି ଇସ୍ରାଏଲ୍ ।
ସେପଟେ ଏହି ଆକ୍ରମଣ ପରେ ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି ଯେ, ଫାଉଦ୍ ସୁକର ଗୋଲାନ ହାଇଟ୍ସରେ ନରଂସହାରର ମୁଖ୍ୟ ଥିଲା । ଯିଏକି ଶନିବାର ସଂଧ୍ୟା ସମୟରେ ଉତ୍ତର ଇସ୍ରାଏଲ୍ର ଏକ ଫୁଟବଲ ପଡିଆରେ ରକେଟ୍ ହମଲ୍ କରିଥିଲା । ଏହି ଆକ୍ରମଣର ୧୨ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଏହାସହିତ ଗାଜାରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଇସ୍ରାଏଲ୍ ଉପରେ ଆକ୍ରମଣ ଲାଗି ହିଜ୍ବୁଲ୍ଲା ସହଯୋଗ କରୁଥିଲା । ହିଜ୍ବୁଲ୍ଲା ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, କ୍ରୁଜ୍ ମିସାଇଲ୍, ରକେଟ୍ ରହିଛି । ସେହିପରି ୧୯୯୦ ଦଶରେ ସୁକର ତିନି ଜଣ ଇସ୍ରାଏଲ୍ ସୈନ୍ୟଙ୍କ ଅପହରଣ ଘଟଣାରେ ସାମିଲ ଥିଲା ।