ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ କରୋନାରେ ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ସେ ଆଜିଠାରୁ କ୍ୱାରେଣ୍ଟାଇନ୍‌ରେ ରହିବେ। ସୋମବାର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ତାଙ୍କର ଜଣେ ସହଯୋଗୀ କରୋନା ପଜିଟିଭ୍‌ ଥିବା ଜଣାପଡ଼ିବା ପରେ ଏହା କୁହାଯାଇଛି। ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, “ଏହା ପ୍ରତିଷେଧକ ସ୍ୱରୂପ ନିଆଯାଇଥିବା ପଦକ୍ଷେପ। ଏପରିକି ଏହି ମହାମାରୀ ସମ୍ପର୍କିତ ପରୀକ୍ଷା ଓ ତଦନ୍ତ ପୂର୍ବରୁ ହିଁ ଏପରି ପଦକ୍ଷେପ ନିଆଯାଇଛି।”

ବର୍ତ୍ତମାନ ଏହି ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକେ ଘରଠାରୁ ୧୦୦ ମିଟର ମଧ୍ୟ ବାହାରକୁ ଯାଇପାରୁନାହାନ୍ତି।

Leave a comment