ରସୁଣରେ ଫିମ୍ପି ଲାଗୁଥିଲେ ଆପଣାନ୍ତୁ ଏହି ଉପାୟ

0

ଆଜିକାଲି ଲୋକମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ । ବ୍ୟସ୍ତବହୁଳ ଜୀବନରେ ସେମାନେ ଫଳ ହେଉ କି ପନିପରିବା ଅଧିକ ମାତ୍ରାରେ କିଣି ସେଗୁଡିକ କିପରି ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖାଯାଇପାରିବ ସେଥିପ୍ରତି ବିଭିନ୍ନ ଉପାୟ ଆପଣାନ୍ତି । ପନିପରିବାକୁ କାଟି କେହିକେହି ଫ୍ରିଜରେ ରଖନ୍ତି । ଅନେକ ମଧ୍ୟ ମସଲା ବାଟି ଫ୍ରିଜ୍ରେ ଅଧିକ ଦିନ ପାଇଁ ଷ୍ଟୋର କରି ରଖନ୍ତି । କିନ୍ତୁ କଞ୍ଚା ରସୁଣକୁ ଫ୍ରିଜରେ ରଖନ୍ତୁ ନାହିଁ ।

କିପରି ରଖିବେ ରସୁଣ:
-ରସୁଣକୁ ଅଳ୍ପ ଫ୍ରାଏ କରି ଡିପ୍ ଫ୍ରିଜରରେ ଡବାରେ ପୁଣାଇ ରଖିଲେ ଏହା ମାସେ ଯାଏ ଭଲ ରହିଥାଏ ।

-ରସୁଣର ପାଖୁଡା ଛଡେଇ ପାଣିରେ ୫ରୁ୧୦ ମିନିଟ ଯାଏଁ ଭିଜାଇ ରଖିବେ । ଏପରି କରିବା ଦ୍ୱାରା ଚୋପା ଶୀଘ୍ର ଛାଡିଯାଏ । ଚୋପା ଛାଡିବା ପରେ , ରସୁଣକୁ ଶୁଖିଲା କପଡାରେ ପୋଛି ଏକ ଏୟାର ଟାଇଟ୍ ଜାରରେ ପୁରାଇ ଫ୍ରିଜରେ ରଖନ୍ତୁ । ଏହା ଦ୍ୱାରା ଅନେକ ଦିନ ପର୍ଯ୍ୟନ୍ତ ରସୁଣ ସତେଜ ରହିଥାଏ ।

-ରସୁଣକୁ ବିନା ପାଣିରେ ଗ୍ରାଇଣ୍ଡ୍ କରି ଦିଅନ୍ତୁ । ଏହାକୁ ଏକ ଏୟାର ଟାଇଟ କଣ୍ଟେନରରେ ଫ୍ରିଜରେ ରଖିଦିଅନ୍ତୁ ।

Leave a comment