କଂଗ୍ରେସରେ ଯୋଗଦେବେ କି ଦାମ ବାବୁ ?

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ହେବ ନିଜ ବେଲଗାମ ତୁଣ୍ଡ ପାଇଁ ଲଗାତାର ଭାବେ ଓଡ଼ିଶା ରାଜନୈତିକ ମହଲ ଓ ନିଉଜରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଛନ୍ତି ଡାକ୍ତର ଦାମୋଦର ରାଉତ । କେବଳ ଗତ କିଛିଦିନ ହେବ ନୁହେଁ ପୂର୍ବରୁ ମଧ୍ୟ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ବାବୁ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ପ୍ରାୟ ସମୟରେ ବିରୋଧର ଶିକାର ହୋଇଆସିଛନ୍ତି । ଏପରିକି ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେଇ ନିଜ ମନ୍ତ୍ରୀପଦ ମଧ୍ୟ ହରାଇଛନ୍ତି ଦାମ ବାବୁ । କିନ୍ତୁ ଏଥରର ପରିସ୍ଥିତି କିଛି ଭିର୍ଣ୍ଣ । କାରଣ ଏଥର ସେ ସରକାରଙ୍କ ସମବାୟ, ଓମଫେଡ, ଚାରା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଦଳୀୟ ନେତା ମାନଙ୍କୁ ଟାର୍ଗେଟ କରିଆସୁଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଥିଲା । ତେଣୁ ବିଜେଡିରୁ ଦାମ ରାଉତଙ୍କୁ ବହିଷ୍କାର କରିବାକୁ ଦାବି ଜୋର ଧରିଛି । ମାତ୍ର ଏହାକୁ ନେଇ ଦାମ ବାବୁ ତିଲ୍ଲାର୍ଧେ ମଧ୍ୟ ବିଚଳିତ ଥିବାପାରି ଜଣା ପଡୁନାହାନ୍ତି । ସେ ‘ଯଥା ପୂର୍ବମ ତଥା ପରମ’ ପରି ଲାଗୁଛନ୍ତି । କାରଣ ସେ ଓଡ଼ିଶା ରାଜନୀତିର ପୁରୁଖା ନେତା ହୋଇଥିବାରୁ ଅନ୍ୟ ଦଳର ନେତା ମାନଙ୍କ ସହ ତାଙ୍କର ଘନିଷ୍ଠତା ଅଛି । ସେହିପରି ଅନ୍ୟ ଦଳ ମନେ ମଧ୍ୟ ତାଙ୍କୁ ନିଜ ଦଳରେ ସାମିଲ କରିବାକୁ ଇଛୁକ । ଏହାର କାରଣ ହେଲା ଆଗାମୀ ନିବଚନ । ବିରୋଧୀ ଦଳ ଦାମ ବାବୁଙ୍କୁ ଅସ୍ତ୍ର କରି ଶାସକ ଦଳର ଗୁମର ଖୋଲି ପାରିବ । ଯାହାକି ଶାସକ ଦଳର ସ୍ୱଚ୍ଛ ଭାବମୂର୍ତ୍ତରେ ଆଞ୍ଚ ଆଣିବ । କଂଗ୍ରେସ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିବାକୁ ଚାହୁଁ ନଥିବା ବିଶେଷ ସୂତ୍ରରୁ ଖବର ମିଳିଛି । କଂଗ୍ରେସ ଦଳ ଦାମ ବାବୁ ଙ୍କୁ ନିଜ ଦଳରେ ସାମିଲ କରିବା କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା ଜଣାପଡିଛି ।

ସୂଚନ ଅନୁଯାୟୀ, ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାଶ ଓ ପ୍ରଶାନ୍ତ ମୁଦୁଲିଙ୍କ ପରେ ଗତକାଲି ଏରସମା – ବାଲିକୁଦା ଅଞ୍ଚଳର ହଜାରେରୁ ଉର୍ଦ୍ଧ କର୍ମୀମାନେ ଆସି ଦଳର ସୁପ୍ରିମୋଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଦାମ ବାରମ୍ବାର ଦଳ ବିରୋଧରେ ଗଣମାଧ୍ୟମ ସାମ୍ନାରେ ବୟାନ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଉ ବୋଲି ନବୀନଙ୍କୁ ଲିଖିତ ଆକାରରେ ଦେଇଥିଲେ ।

ଏହି ଘଟଣା ପରେ ଦାମ ବାବୁ ପୁଣିଥରେ ଗଣମାଧ୍ୟମ ସାମ୍ନାରେ ବର୍ଷିଛନ୍ତି,“ବିଜେଡି ଏବେ ଜଣେ ଅଫିସର ଓ ୩ ଜଣ ବିଧାୟକ- ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ ଓ ବବି (ପ୍ରଣବ ଦାସ)ଙ୍କ ଦ୍ୱାରା ଦଳ ପରିଚାଳିତ ହେଉଛି । ମୁଁ ସେ ଦଳରେ ଆଉ ନାହିଁ ।”

ସେ ଆହୁରି ମଧ୍ୟ କହିଥିଲେ, “ମୋ ଅଜାଣତରେ ମୋତେ ମନ୍ତ୍ରୀ ପଦରୁ କାଢ଼ି ଦେଲେ। ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ବି ବାହାର କଲେ । ମୋ ପାଖରେ ଆଉ କ’ଣ ଅଛି, କି ମୋତେ ବାହାର କରିବେ?”

ଏହାସହ ଦାମ ବାବୁ କହିଥିଲେ, “ଦଳର ସଭାପତି ସବୁ ଜାଣିଛନ୍ତି । ସେ ଯାହା ନିଷ୍ପତ୍ତି ନେବେ । ମୁଁ ଯେପର୍ଯ୍ୟନ୍ତ ବିଧାୟକ ଅଛି, ସେ ପର୍ଯ୍ୟନ୍ତ ମୁଁ ବିଜୁ ଜନତା ଦଳର ବିଧାୟକ ଭାବେ ରହିବି । ଯେଉଁ ଦିନ ବିଜୁ ଶବ୍ଦ କଟିଯିବ, ସେଦିନ ମୁଁ ଆଉ ନ ଥିବି ।”

Leave a comment