ଚେନ୍ନାଇକୁ ବିଜୟ ଭେଟି ଦେଲେ ଡୁପ୍ଳେସିସ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍‌)ର ୧୩ ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ  ମୁମ୍ୱାଇ ଇଣ୍ଡିଆନ୍ସକୁ ୫ ଓ୍ୱିକେଟରେ ହରାଇ ବିଜୟୀ ହୋଇଛି ଚେନ୍ନାଇ । ପ୍ରଥମେ ଟସ୍ ଜିତି ମୁମ୍ୱାଇ ଟିମକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ କ୍ୟାପଟେନ୍ ଧୋନୀ । ନିର୍ଦ୍ଦାରିତ ଓଭରରେ ବ୍ୟାଟିଂ କରି ୧୬୨ ରନ୍ କରିବାକୁ ସକ୍ଷମ ହୋଇଥିଲା ମୁମ୍ୱାଇ । ତେବେ ୧୬୩ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ଚେନ୍ନାଇକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଓ୍ୱାଟଶନ ଓ ମୂରଲୀ ବିଜୟ ଦୁଇ ଅଙ୍କ ଛୁଇଁ ନପାରି ପେଭିଲିୟନ୍ ଫେରିଯାଇଥିଲେ । କିନ୍ତୁ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଫେଫ୍ ଡୁପ୍ଳେସି ଗୋଟିଏ ପାଖରେ ପାରି ସମ୍ଭାଳିଥିଲେ । ଏବଂ ଅପରାଜେୟ ୫୮ ରନ୍ କରିଥିଲେ ।

Leave a comment