ଆଇପିଏଲ ୨୦୨୨: ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କୁ କିଣିଲା ଚେନ୍ନାଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ଆଇପିଏଲ୍ ଖେଳିବେ ଓଡ଼ିଆ ପୁଅ। ବେଙ୍ଗଲୁରୁରେ ଚାଲିଥିବା ଆଇପିଏଲ୍ ନିଲାମିର ଦ୍ୱିତୀୟ ଦିନରେ ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗସ। ଶୁଭ୍ରାଂଶୁଙ୍କୁ ତାଙ୍କ ୨୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର୍ କିଙ୍ଗସ୍ । ସିଏସକେର ଅଧିନାୟକ ଧୋନିଙ୍କ ଟିମରେ ଆଇପିଏଲ୍ ଖେଳିବେ ଶୁଭ୍ରାଂଶୁ ।ଶୁଭ୍ରାଂଶୁ ଏବେ ଓଡ଼ିଶା ରଣଜୀ ଟିମର ଅଧିନାୟକ ଅଛନ୍ତି ।
ବିଜୟ ହଜାରେ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲି ଟ୍ରଫିରେ ଶୁଭାଂଶୁଙ୍କ ଭଲ ପ୍ରଦର୍ଶନ ପରେ ଚେନ୍ନାଇ ଟିମ୍ ଟ୍ରାଏଲ୍ ପାଇଁ ଡାକିଥିଲା । ଆଇପିଏଲ୍ ୨୦୦୮ ସଂସ୍କରଣରେ ପ୍ରଥମ ଓଡ଼ିଆ ଖେଳାଳି ଭାବେ ହଳଧର ଦାସଙ୍କୁ କିଣିଥିଲା ଡେକ୍କାନ ଚାର୍ଜର୍ସ । ତାପରେ ବିପ୍ଲବ ସାମନ୍ତରାୟ ଡେକ୍କାନ ଚାର୍ଜର୍ସରେ ସାମିଲ୍ ହୋଇଥିଲେ ।