ଟୀକା ନେବାପରେ ଶରୀର ହେଉଛି ଚୁମ୍ବକୀୟ ଶକ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟୀକା ନେବା ପରେ ଶରୀର ରେ ଉତ୍ପନ ହେଉଛି ଚୁମ୍ବକୀୟ ଶକ୍ତି। କାହାର ପ୍ରଥମ ଡୋଜ ନେବା ପରେ ତ କାହାର ୨ ୟ ଡୋଜ ନେବାପରେ। ଡାକ୍ତର ମାନେ ଏହାକୁ ଗୁଜବ ବୋଲି କହି ସରିବା ପରେ ମଧ୍ୟ ଲୋକେ ନିଜ ଦେହରେ ଚାମୁଚ, ଥାଳି, ଛୁରୀ ଆଦି ଲଗାଇ ଚୁମ୍ବକୀୟ ଶକ୍ତି ଅଛି ବୋଲି କହୁଛନ୍ତି। ଓଡିଶା ର ବିଭିନ୍ନ ଜିଲ୍ଲାରେ  ଏଭଳି ଦେଖିବାକୁ ମିଳୁଛି। ପ୍ରଥମେ ବାଲେଶ୍ୱର  ଜିଲ୍ଲାର ନୀଳଗିରି ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଖବର ଭାଇରଲ ହେବାପରେ , ଗଞ୍ଜାମ, ଭୁବନେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, କଟକ ଆଦି ସ୍ଥାନରୁ ଏଭଳି ଖବର ସାମ୍ନାକୁ ଆସୁଛି।

ଗତକାଲି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ବଡ଼ପାଟଣା ପଞ୍ଚାୟତ ଝାଟିପଡା ଗ୍ରାମର ରଞ୍ଜନ କୁମାର ବାରକ କୋଭିଡ ଭ୍ୟାକ୍ସିନ ପ୍ରଥମ ଡୋଜ ନେଵାପରେ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ରବିବାର ଦେଖିବାକୁ ମିଳିଛି। ତାଙ୍କ ଦେହରେ ଷ୍ଟିଲ ଡଙ୍କି, ଚାମୁଚ, କୋଏନ ଆଦି ଲାଗି ରହୁଥିବା ବେଳେ ଦେହରେ ଚୁମ୍ବକୀୟ ଶକ୍ତିକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସେହିଭଳି ଶନିବାର ଘଟଗାଁ ବ୍ଲକ ଖଣ୍ଟଘର ପଞ୍ଚାୟତ କାଶୀବେଡା ଗ୍ରାମର କେଡିନ୍ୟୁଜର ସମ୍ପାଦକ କବିନ୍ଦ୍ର ରାଉତଙ୍କ ଦେହରେ ଭ୍ୟାକ୍ସିନ ନେବା ପରେ ଚୁମ୍ବକୀୟ ଶକ୍ତି ପ୍ରକାଶ ପାଇବା ଓ ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମର ଶିକ୍ଷକ ପ୍ରମୋଦ ବେହେରାଙ୍କ ଦେହରେ ଏଭଳି ଚୁମ୍ବକୀୟ ଶକ୍ତି ପ୍ରକାଶ ପାଇବା ପରେ ରଞ୍ଜନ ନିଜ ଦେହରେ ଏହାର ପରୀକ୍ଷା କରିବା ପରେ ତାଙ୍କ ଦେହରେ ଚୁମ୍ବକୀୟ ଶକ୍ତି କାର୍ଯ୍ୟକରୁଛି। ତେବେ ଏହାର ତଦନ୍ତ ଦାବି କରାଯାଇଛି।

Leave a comment