ନିଶାସକ୍ତ ସ୍ୱାମୀର ବର୍ବର କାଣ୍ଡ: ସ୍ତ୍ରୀ ପରେ ଝିଅର ଗଳା କାଟିଲା

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ପ୍ରଥମେ ସ୍ତ୍ରୀ କୁ ମାରିଲା ଓ ପରେ ଝିଅର ଗଳା କାଟିଲା ସ୍ୱାମୀ । ଭୁବନେଶ୍ୱର ଘାଟିକିଆରେ ଘଟିଛି ଏହି ବର୍ବରୋଚିତ ଘଟଣା । ସ୍ତ୍ରୀକୁ ହତ୍ୟା କରିବା ପରେ 6 ବର୍ଷର ଝିଅର ବେକ କାଟିଛି ସ୍ୱାମୀ । ଗୁରୁତର ଅବସ୍ଥାରେ ଝିଅକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସ୍ୱାମୀର ନାଁ ସଂଜିତ ଦାସ ବୋଲି ଜଣାପଡିଛି । ମୃତକ ସ୍ତ୍ରୀ ହେଉଛନ୍ତି ସରସ୍ୱତୀ ଦାସ । ସେ ଜଣେ ନର୍ସ ଥିଲେ । ତେବେ ସଂଜିତ କିଛି କାର୍ଯ୍ୟ କରୁନଥିବାବେଳେ ସ୍ତ୍ରୀ ପଇସାରେ ହିଁ ଚଳୁଥିଲେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେବେ ସଂଜିତ ପ୍ରତ୍ୟେକ ଦିନ ନିଶା ସେବନ କରୁଥିଲେ । ଅନେକାଂଶ ସମୟରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହେଉଥିଲା । ସେ ମଦ ପିଇ ସ୍ତ୍ରୀକୁ ବାଡାଉଥିଲେ ।

ତେବେ ସବୁଠୁ ସମ୍ବେଦୱଶୀଳ କଥା ହେଉଛି ମୃତ ସରସ୍ୱତୀଙ୍କର ଗତ 4 ଦିନ ତଳେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଗତକାଲି କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ବଚସା ପରେ ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ରହିଛି । ଅନ୍ୟପଟେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି । ବର୍ତ୍ତମାନ ଅଭିଯୁକ୍ତ ସ୍ୱାମୀ ଫେରାର ଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

Leave a comment