ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସ୍ଥଗିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୮ ଫେବୃଆରୀ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସ୍ଥଗିତ ଥିବା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ ସୂଚନା ଦେଇଛି । ବିମାନ ଚଳାଚଳ ନିୟାମକ ଦ୍ବାରା ଜାରି ସର୍କୁଲାରରେ କୁହାଯାଇଛି ଯେ ଫେବୃଆରୀ ୨୮, ୨୦୨୨ ଯାଏ ଭାରତରୁ ନିର୍ଦ୍ଧାରିତ ଇଣ୍ଟରନ୍ୟାସନାଲ କମର୍ସିଆଲ ଫ୍ଲାଇଟ୍ସ ସେବା ସ୍ଥଗିତ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁଯାୟୀ, ଭାରତ ସରକାର ୩୦ଟି ଦେଶ ସହ କରିଥିବା ଏୟାର ବବଲ୍ସ ଚୁକ୍ତି କରିଛନ୍ତି । କେବଳ ଏହି ଦେଶ ଗୁଡିକୁ ଭାରତରୁ ବିମାନ ଉଡ଼ି ପାରିବ । ଏହି ପ୍ରତିବନ୍ଧକ ଅନ୍ତର୍ଜାତୀୟ ଅଲ-କାର୍ଗୋ ଅପରେସନ୍ ଏବଂ ଡିଜିସିଏ ଦ୍ୱାରା ସ୍ବତନ୍ତ୍ର ଭାବରେ ଅନୁମୋଦିତ ବିମାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ। କରୋନା ମାମଲାରେ ବୃଦ୍ଧି ପାଇବା ପରେ ମାର୍ଚ୍ଚ ୨୩, ୨୦୨୦ ରେ ଭାରତ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖିଥିଲା।ବିଶ୍ୱରେ ଓମିକ୍ରନ ସଂକ୍ରମଣ ଜାରି ରହିଥିବାବେଳେ ଦେଶକୁ ନିରାପଦ ରଖିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।