ବିଶ୍ୱ ବନ୍ଧୁତ୍ୱ ଦିବସ…କେବେଠାରୁ ଓ କାହିଁକି ହୋଇଥିଲା ଆରମ୍ଭ
ବିଶ୍ୱ ବନ୍ଧୁତ୍ୱ ଦିବସ । ସାରା ବିଶ୍ୱ ଏହି ଦିନଟିକୁ ଫ୍ରେଣ୍ଡ ସିପ୍ ଡେ ଭାବେ ପାଳନ କରିଥାଏ । ୧୯୩୦ ମସିହା ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ପାଳନ କରାଯାଇଥିଲା । ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବ ବନ୍ଧୁତ୍ବ ଦିବସ ଭାବେ ଘେ।ଷଣା କରିଥିଲା । ଆଉ ସେହି ଦିନ ଠାରୁ ଅଗଷ୍ଟ ମାସ ପ୍ରଥମ ରବିବାରକୁ ସାରା ବିଶ୍ୱରେ ବନ୍ଧୁତ୍ୱ ଦିବସ ରୂପେ ପାଳନ ହେ।ଇଆସିଛି । ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ମାନ୍ୟତା ପାଇବା ପରେ ଦିନଟିର ମହତ୍ତ୍ୱ ବିଶ୍ୱ ସ୍ତରରେ ବଢିଛି । ତେବେ ବନ୍ଧୁତ୍ୱ ଦିବସ ପାଳନ କରିବାର କାରଣ ହେଉଛି, ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ସହଯୋଗକୁ ବଢାଇବା । ଭାରତରେ ବନ୍ଧୁତ୍ୱ ଦିବସର ଲୋକ ପ୍ରିୟତା ଓ ବିଶେଷ ଭାବେ ଯୁବବର୍ଗଙ୍କ ଏହି ଦିନ ପ୍ରତି ଗୁରୁତ୍ୱ ଅହେତୁକ ଭାବେ ବଢିଛି ।
କୁହାଯାଏ ରକ୍ତର ସମ୍ପର୍କ ଠାରୁ ବି ବେଶ ଗଭୀର ବନ୍ଧୁତାର ସମ୍ପର୍କ । ଆଜି ବିଶ୍ୱ ବନ୍ଧୁତ୍ୱ ଦିବସରେ ସବୁଠି ଚାଲିଛି ସେଲିବ୍ରେସନ । ତେବେ କୋରୋନା କଟକଣା ଭିତରେ ଫିକା ପଡ଼ିଛି ଆଜିର ଦିନ । ତେବେ ସୋସିଆଲ ମିଡିଆରେ ନିଜ ନିଜ ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହ ମନେପକାଉଛନ୍ତି ସମସ୍ତେ । ଚଳିତବର୍ଷ ଚକୋଲେଟ ଆଉ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ପିନ୍ଧାଇବାର ଟ୍ରେଣ୍ଡ ଉପରେ କୋରୋନା ମାଡ଼ ପଡ଼ିଛି । ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ସାରା ବିଶ୍ୱ ପାଳନ କରେ ।
ପ୍ରାରମ୍ଭିକ ରୂପେ ଗ୍ରୀଟିଂ କାର୍ଡ ଉଦ୍ୟୋଗଦ୍ୱାରା ତିଆରି କରାଯାଇଥିବା ସୋସିଆଲ ନେଟ୍ୱାର୍କିଂ ସାଇଟର ପ୍ରମାଣରେ ଛୁଟି ମାନଙ୍କରେ ରୁଚିର ପୁନରୁଦ୍ଧାରକୁ ଦେଖାଯାଇଛି ଯାହା କି ଇଣ୍ଟରନେଟ, ବିଶେଷରୂପେ ଭାରତ, ବଙ୍ଗଳାଦେଶ ଏବଂ ମଲେସିଆରେ ଖେଳି ଯାଇଛି । ଡିଜିଟାଲ ସଞ୍ଚାର ମୋଡ ଯେପରି ଇଣ୍ଟରନେଟ ଏବଂ ମୋବାଇଲ ଫୋନ କଷ୍ଟମକୁ ଲୋକପ୍ରିୟ ବନେଇବାରେ ସହଯୋଗ କରିପାରେ, କାରଣ ବନ୍ଧୁ ମାନଙ୍କୁ ଅଭିବାଦନ ପୂର୍ବରୁ ଏବେ ପର୍ଯ୍ୟନ୍ତ ସହଜ ହୋଇଗଲାଣି । ଫ୍ରେଣ୍ଡ ସିପ୍ ବ୍ୟାଣ୍ଡର କନସେପ୍ଟ ମଧ୍ୟ ଏଇଠୁ ଆରମ୍ଭ ହୋଇଥିଲା । ପ୍ରାୟ ୨୦୦୦ ମସିହା ପରେ ଆସ୍ତେ ଆସ୍ତେ ଭାରତୀୟ ଯୁବ ବର୍ଗଙ୍କ ମଧ୍ୟରେ ଏଭଳି ଏକ ନୂଆ କଥା ଦେଖିବାକୁ ମିଳିଥିଲା । କଲେଜ ପଢୁଆ ଟିନ୍ ଏଜର୍ସ ନିଜ ନିଜ ଭିତରେ ପରସ୍ପରକୁ ବ୍ୟାଣ୍ଡ ବାନ୍ଧି ଏହାକୁ ଉତ୍ସବରେ ପରିଣତ କରିବା ପାଇଁ ଉଦ୍ୟମ କଲେ । ପରେ ନଜର ହେଲା, ଗଲା ୧୦ ବର୍ଷ ହେବ ଏହା ଭାରତୀୟଙ୍କ ସହ ଭାରି ସକ୍ରିୟ ଭାବେ ଜୋଡି ହୋଇଛି । କେବଳ ଯୁବବର୍ଗଙ୍କ ମଧ୍ୟରେ ସୀମିତ ନରହି ବିଭିନ୍ନ ବର୍ଗର ଲୋକଙ୍କୁ ଆକର୍ଷଣ କରିବାରେ ସଫଳ ହୋଇଛି । ଏଥିପାଇଁ ଦେଶ ତଥା ରାଜ୍ୟରେ କର୍ମବର୍ଦ୍ଧିଷ୍ଣୁଂ ସାମାଜିକ ଗଣମାଧ୍ୟମକୁ ମଧ୍ୟ ଅନେକାଂଶରେ ସାବାସୀ ମିଳିବା କଥା । ବୋଧ ହୁଏ, ବିନା ସାମାଜିକ ଗଣମାଧ୍ୟମରେ ଫ୍ରେଣ୍ଡସିପ ଡେକୁ ଆଜି ଯେଉଁ ଆକାର ଓ ପ୍ରକାରରେ ଦେଖୁଛେ, ତାହା ଦେଖିବା ସମ୍ଭବପର ହୋଇ ନଥାନ୍ତା ।
୧୯୫୮ରୁ ଆମେରିକା କଂଗ୍ରେସର ପ୍ରସ୍ତାବ ପରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ପାଳନ ହେଉଥିଲା । ପରେ ଏହି ପରମ୍ପରା ଅନ୍ୟ ଦେଶଗୁଡିକୁ ମଧ୍ୟ ବ୍ୟାପିଥିଲା । ବିଭିନ୍ନ ଦେଶର ଜୁଲାଇ ୩୧ର ଫ୍ରେଣ୍ଡସିପ୍ ଡେ ବ୍ୟତୀତ ଏଇ ପ୍ରଥମ ରବିବାରକୁ ମଧ୍ୟ ବନ୍ଧୁତ୍ୱ ଦିବସ ଭାବେ ପାଳନ କରୁଛନ୍ତି । ତେବେ ଏ ଦିନ ଏବେ ଲୋକ ପ୍ରିୟତାର ଶୀର୍ଷ । ପର୍ବ କିମ୍ୱା ଉତ୍ସବର କେତେ ବଡ଼, ତାହା ଲୋକଙ୍କ ଉତ୍ସାହ ନିର୍ଦ୍ଧାରଣ କରେ । ଏକଥା ଏହି ବନ୍ଧୁତ୍ୱ ଦିବସ ଅଳ୍ପେ ବହୁତ ପ୍ରମାଣ କରିଛି । ଭାରତୀୟମାନେ ବନ୍ଧୁତ୍ୱ ଦିବସକୁ ଏଇ କିଛି ବର୍ଷ ହେବେ ଏକ ଭଲ ପାର୍ବଣ ଦିବସ ଭାବେ ମାନିଲେଣି । ଏ ଦିନରେ ପୂରୁଣା ବନ୍ଧୁଙ୍କୁ କଲ୍ ଯାଉଛି, ନହେଲେ ଅତିକମରେ ହ୍ୱାଟସ୍ ଆପରେ ମେସଜରେ ଶୁଭେଚ୍ଛା ପହଞ୍ଚୁଛି । ସାଙ୍ଗମାନେ ଏକାଠି ହୋଇ ଭୋଜି କରୁଛନ୍ତି ଓ ପରସ୍ପର ସହ ସମୟ ଅତିବାହିତ କରିବାକୁ ପସନ୍ଦ କରୁଛନ୍ତି । ଏସବୁ ଏଦିନର ଗୁରୁତ୍ୱ ବଢାଇବା ସହ ସମର୍କକୁ ଟାଣ କରିଛି । ତେବେ ଏଥରର କରୋନା ମହାମାରୀ ଏ ଦିନକୁ ଫିକା କରିଛି । ସାମାଜିକ ଦୂରତ୍ୱ କଟକଣା ଯୋଗୁଁ ବଣଭୋଜିର ଆୟୋଜନ କିମ୍ୱା ପରସ୍ପରକୁ ଆଲିଙ୍ଗନ ଟିକାଏ କରିବାର ଇଚ୍ଛା ମଧ୍ୟ ଫିକା ପଡିଛି । ତଥାପି ଅନଲାଇନ ଦୁନିଁଆରେ ରାଜ୍ୟ ତଥା ଦେଶ ପାଳୁଛି ବନ୍ଧୁତ୍ୱ ଦିବସ । ପରସ୍ପରକୁ ଶୁଭେଚ୍ଛା, ଅଭିନନ୍ଦନ ଦେଉଛନ୍ତି ଓ ବନ୍ଧୁତ୍ୱର ଡୋରକୁ ଆହୁରି ମଜଭୁତ୍ କରୁଛନ୍ତି ।