ମନୋରଞ୍ଜନ କରିବାକୁ ଯାଇଥିଲେ ପହଁଚିଲେ ହସ୍ପିଟାଲରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆପଡ଼ା ଜିଲ୍ଲା ସିନାପାଲିରେ ପଡ଼ିଥିବା ମୀନାବଜାରରେ ମୌତ୍ କା କୁଆଁରେ ରେ ଅଘଟଣ । ୬ ଜଣ ଦର୍ଶକ ମୌତ୍ କା କୁଆଁ ଭିତରେ ପଡ଼ି ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ସିନାପାଲିରେ ପଡ଼ିଥିବା ମୀନାବଜାରରେ ମୌତ୍ କା କୁଆଁରେ ଖେଳ ଚାଲିଥିବା ବେଳେ ଏହା ହଠାତ୍ ଦର୍ଶକ ଠିଆ ହେବା ସ୍ଥାନରୁ ଭାଙ୍ଗି ଯାଇଥିଲା । ଯାହାଫଳରେ ୬ ଜଣ ଦର୍ଶକ ମୌତ୍ କା କୁଆଁ ଭିତରକୁ ଖସି ପଡିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବରୁ ମଧ୍ୟ କୋରାପୁଟର ଜୟପୁରରେ ମୌତ୍‌ କା କୁଆଁ ଖେଳ ବେଳେ ଅଘଟଣ ଘଟିଛି । ଯେଉଁଥିରେ ଜଣେ ଷ୍ଟଣ୍ଟମ୍ୟାନ ଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଏହି ଖେଳକୁ ଦିଲ୍ଲୀ ହାଇକୋର୍ଟ ବ୍ୟାନ କରିଥିବାବେଳେ ଏହି ବିପଦଜନକ ଖେଳ କୁ ଆମ ରାଜ୍ୟରେ ମଧ୍ୟ ବ୍ୟାନ କରିବା ଜରୁରୀ ବୋଲି ବୁଦ୍ଧିଜୀବି ମହଲ ରେ ଚର୍ଚ୍ଚା ଜୋର ଧରିଛି ।

Leave a comment