୧୫କୋଟି ଠକେଇ ମାମଲାରେ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ତପନ ସାମନ୍ତ ଗିରଫ। ୧୫କୋଟି ଠକେଇ ମାମଲାରେ ଟ୍ରାଞ୍ଜିଟ ରିମାଣ୍ଡରେ ଆସିବେ। ଗତ ୬ତାରିଖରେ ତପନଙ୍କୁ କୋଲକାତାରୁ ଗିରଫ କରିଛି EOW। ତପନଙ୍କୁ ବାଲେଶ୍ୱର କୋର୍ଟରେ ହାଜର କରାଯିବ। ତପନଙ୍କ ବିରୋଧରେ ସୋରର ଶୁକଦେବ ହୋତା ଅଭିଯୋଗ କରିଥିଲେ । ଅଧିକ ସୁଧର ଲୋଭ ଦେଖାଇ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ମାମଲାରେ କମ୍ପାନୀ ଏମଡି ପ୍ରତାପ ବିଶ୍ୱାଳକୁ ଗିରଫ କରାଯାଇଛି। ଗତବର୍ଷ ଜୁଲାଇ ୨୫ରେ ପ୍ରତାପକୁ ଗିରଫ କରାଯାଇଥିଲା। ପ୍ରତାପ ବିଶ୍ୱାଳ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Leave a comment