ରାଜ୍ୟରେ ସଂକ୍ରମଣ ବଢିପାରେ -ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): କରୋନା ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। କହିଲେ ୩ରୁ ୪ସପ୍ତାହ ମଧ୍ୟରେ ରାଜ୍ୟରେ ସଂକ୍ରମଣ ବଢିପାରେ। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରାସରିଛି। ହସ୍ପିଟାଲ ଗୁଡିକୁ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଯଦି ସଂକ୍ରମଣ ବଢେ ତାହାଲେ ହସପିଟାଲ ସବୁକୁ ତୁରନ୍ତ ଖୋଲା ଯିବ। ସବୁ ଜିଲାକୁ ମଧ୍ୟ ରାଜ୍ୟ ସରକାର ସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ରାଜ୍ୟରେ ସଂକ୍ରମଣ ୧୦ ରୁ ୨୦ ଭିତରେ ରହିଛି। କେହି ଜଣ ମଧ୍ୟ ଡ଼ାକ୍ତରଖାନାରେ ନାହାନ୍ତି। ସେହିପରି ଟିକାକରଣ ବଢ଼ାଯାଉଛି। ତେବେ ପୂର୍ବଭଳି ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ ପଡିବ।

Leave a comment