ସଂକ୍ରମଣ ବଢୁଛି, ମାସ୍କ ପିନ୍ଧନ୍ତୁ : ବିଜୟ ମହାପାତ୍ର

0

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ବଢୁଛି, ମାସ୍କ ପିନ୍ଧନ୍ତୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରି କହିଛନ୍ତି, ନିଜର ସୁରକ୍ଷା ନିଜେ ନିଅନ୍ତୁ । ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ । ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ ।

ଜୁନ୍ ୨୧ଠାରୁ ଇଣ୍ଟିଗ୍ରେଟେଡ଼ ସର୍ଭେଲାନ୍ସ ଆରମ୍ଭ ହେବ । ଏଥିରେ ଘର ଘର ବୁଲି ରୋଗୀଙ୍କୁ ଚିହ୍ନଟ କରାଯିବ । ଚିହ୍ନଟ ରୋଗୀଙ୍କୁ ଆଇସୋଲେସନ କରାଯାଇ ଚିକିତ୍ସା କରାଯିବ । ଲ୍ୟାବ୍ ଟେଷ୍ଟ, ଆରଆରଟି, ସର୍ଭେଲାନ୍ସ ଆଦିରେ ଆବଶ୍ୟକ ମାନବ ସମ୍ବଳ ବଢାଇବାକୁ ସବୁ ମେଡିକାଲ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave a comment