ରାଜ୍ୟରେ କମିଲା ଶିଶୁ ମୃତ୍ୟୁ ହାର

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସ୍ୱାସ୍ଥ୍ୟ କ୍ଷେତ୍ର ରେ ଆଉ ଏକ ସଫଳତା ହାସଲ କରିଛି ଓଡିଶା । ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ରେ ଛୁଇଁଛି ମାଇଲ ଷ୍ଟୋନ । ଆଜି ମୋ ସରକାରର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଧିକାରୀ ମାନଙ୍କୁ ସୂଚନା ଦେଇ କହିଲେ ଯେ ଓଡିଶା ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସ କରିବାରେ ସଫଳ ହୋଇଛି । ୨୦୦୫ରୁ ୨୦୨୦ ମଧ୍ୟରେ ଏହି ସଫଳତା ମିଳିଛି ।

ବର୍ତ୍ତମାନ ରାଜ୍ୟର ଶିଶୁ ମୃତ୍ୟୁ ହାର ପ୍ରତି ଏକ ହଜାରରେ ୩୬କୁ କମିଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ,ମିଶନ ଶକ୍ତି ବିଭାଗ ଏବଂ ଟିମ୍ ଓଡିଶାକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଓଡିଶାର ବିକାଶ ଯାତ୍ରାରେ ସମସ୍ତେ ସାମିଲ ହୋଇ ଓଡିଶା ପାଇଁ ନୂଆ ନୂଆ ସଫଳତା ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ।

Leave a comment