ଇଣ୍ଡିଆନ ଅଏଲ କ୍ୟାମ୍ପସରେ ଭୀଷଣ ଅଗ୍ନିକାଣ୍ଡ

0

ପଶ୍ଚିମବଙ୍ଗର ହଲଦିଆ ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି)ର କ୍ୟାମ୍ପସରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୫ ଜଣ ଆହତ ହୋଇଛନ୍ତି। ନିଆଁ ଲିଭା କାର୍ଯ୍ୟରେ ଦମକଳ ବିଭାଗର ଅନେକ ଆଡି ନିୟୋଜିତ ଅଛନ୍ତି। ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି।

ହଲଦିଆରେ ଇଣ୍ଡିଆନ ଅଏଲ କର୍ପୋରେସନର ପ୍ଲାଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଆହତଙ୍କୁ ଇଣ୍ଡିଆନ ଅଏଲ କର୍ପୋରେସନର ହସ୍ପିଟାଲ ଓ କୋଲକାତା ପୋର୍ଟ ଟ୍ରଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଅଏଲ କର୍ପୋରେସନ ଭିତରେ ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଉଥିଲା। ମକ୍ ଡ୍ରିଲ୍ ପରେ ଏକ ପ୍ଲାଣ୍ଟରେ ସଟଡାଉନ କାମ ଚାଲିଥିଲା। ତେବେ ଡ୍ରିଲିଂ ସମୟରେ ବିସ୍ଫୋରଣ ଘଟିଥିଲା। ତୁରନ୍ତ ଆଇଓସିର ଦମକଳ ବାହିନୀ ନିଆଁକୁ କାବୁ କରିବାରେ ସଫଳ ହୋଇଛନ୍ତି।

Leave a comment