ୟୁକ୍ରେନରେ ଭାରତୀୟ ଛାତ୍ର ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଛାତ୍ର ଜଣକ ଘର କର୍ଣ୍ଣାଟକରରେ ଓ ତାଙ୍କ ନାମ ନବୀନ ଶେଖରପ୍ପା। ଏ ନେଇ ଭାରତ ସରକାର ତୁରନ୍ତ ୟୁକ୍ରେନ ଏବଂ ରୁଷ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ଵିଟ୍ କରି କହିଛନ୍ତି ଯେ, ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା ରୁଷ ଏବଂ ୟୁକ୍ରେନର ରାଷ୍ଟ୍ରଦୂତଙ୍କୁ ଭାରତୀୟ ନାଗରିକଙ୍କ ପାଇଁ ତତ୍କାଳ ସୁରକ୍ଷିତ ମାର୍ଗ ଦାବି ଦୋହରାଇବା ପାଇଁ ସମନ ଜାରି କରିଛନ୍ତି। ଉଭୟ ରାଜଦୂତଙ୍କୁ ବୈଦେଶିକ ମନ୍ତ୍ରଣାଳୟରେ ହାଜର ହେବାକୁ କୁହାଯାଇଛି। ୟୁକ୍ରେନର ଖାରକିଭ ଏବଂ ଅନ୍ୟ ଅଞ୍ଚଳ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ଉଭୟ ଦେଶର ରାଷ୍ଟ୍ରଦୂତଙ୍କୁ ଭାରତ ତଲବ କରିଛି।

ବାଗଚୀ ନବୀନଙ୍କୁ ନେଇ ଟ୍ଵିଟ୍ କରିଛନ୍ତି ଯେ, ଆମେ ବହୁତ ଦୁଃଖର ସହିତ ଏହା ଜଣାଉଛୁ ଯେ, ଖାରକିଭରେ ଆଜି ସକାଳେ ଜଣେ ଭାରତୀୟ ଛାତ୍ରଙ୍କ ଗୁଳି ବାଜିବାରୁ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ ମୃତକ ପରିବାର ସହ ଯୋଗାଯୋଗରେ ଅଛନ୍ତି। ଖାରକିଭରେ ଫସିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ରହିଛି।

Leave a comment