ଭାରତ ସରକାରଙ୍କୁ ଦାୟୀ କଲେ ୟୁକ୍ରେନ ଫେରନ୍ତା ଛାତ୍ର

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବିହାରର ଦିବ୍ୟାଂଶୁ ସିଂ ହଙ୍ଗେରୀ ସୀମା ଦେଇ ୟୁକ୍ରେନ ବାହାରକୁ ଆସିଥିଲେ । ଏହାପରେ ଭାରତ ଫେରିଥିଲେ । ଏନେଇ ସେ କହିଥିଲେ ଯେ, ଦୂତାବାସ ସେମାନଙ୍କୁ ହଙ୍ଗେରୀ ସୀମାରେ ଛାଡି ଦେଇଥିଲା । ଏହାପୂର୍ବରୁ କିଛି ସହାୟତା ଦୂତାବାସ ପକ୍ଷରୁ ପ୍ରଦାନ କରାଯାଇ ନଥିଲା ଓ ସେ ଯାହା କରିଛନ୍ତି ସେମାନେ ନିଜେ କରିଛନ୍ତି ।
ସେ ଆହୁରି କହିଥିଲେ ଯେ, ୟୁକ୍ରେନ ସୀମା ଅତିକ୍ରମ ବେଳେ ତାଙ୍କୁ ସ୍ଥାନୀୟ ଲୋକେ ସାହାଯ୍ୟ କରିଥିଲେ । କିନ୍ତୁ ପୋଲାଣ୍ଡ ସୀମାରେ କିଛି ଛାତ୍ରାଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା । ଏଥିପାଇଁ ଭାରତ ସରକାର ଦାୟୀ । ଯଦି ସରକାର ଟିକ୍ ସମୟରେପଦକ୍ଷେପ ନେଇଥାନ୍ତେ ତେବେ ଅସୁବିଧା ହୋଇନଥାନ୍ତା । ଆମେରିକା ପ୍ରଥମେ ନିଜ ନାଗରିକଙ୍କୁ ଦେଶ ଛାଡିବାକୁ କହିଥିଲା ।

ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀ ଫେରିବା ପରେ ତାଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା । ଏହା କେବଳ ଲୋକଦେଖାଣିଆ । ଯଦି ସେମାନଙ୍କର କିଛି ହୋଇଥାନ୍ତା ତେବେ ପରିବାର ଲୋକେ କଣ କରିଥାନ୍ତେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave a comment