2034 ବେଳକୁ ଭାରତ ଜାପାନକୁ ଅର୍ଥନିତୀରେ ପଛରେ ପକାଇବ

ଓଡିଶା ଫାଷ୍ଟ( ବ୍ୟୁରୋ) : 2034 ମସିହା ସୁଦ୍ଧା ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ହାସଲ କରିବ ତୃତୀୟ ସ୍ଥାନ । ବ୍ରିଟେନସ୍ଥିତ ସେଣ୍ଟର ଫର ଇକନମିକ୍ସ ଏଣ୍ଡ ବିଜେନସ୍ ରିସର୍ଚ୍ଚ (ସିଇବିଆର)ର ରିପୋର୍ଟ ‘ୱାର୍ଲଡ ଇକୋନମିକ ଲିଗ୍ ଟେବୁଲ-2020’ଅନୁସାରେ ଭାରତ 2026ରେ ଜର୍ମାନୀକୁ ହଟାଇ ଚତୁର୍ଥ ସ୍ଥାନ ହାସଲ କରିବାକୁ ଥିବାବେଳେ ଓ 2034ରେ ଜାପାନକୁ ପଛରେ ପକାଇ ବିଶ୍ୱ ଅର୍ଥବ୍ୟବସ୍ଥାରେ ତୃତୀୟସ୍ଥାନ ହାସଲ କରିବ ଭାରତ ।ସେହିପରି 2024 ମସିହା ସୁଦ୍ଧା ଭାରତ 5 ହଜାର ବିଲିୟନ ଡଲାରର ଅର୍ଥନୀତି ହେବ ବୋଲି କିଛିଦିନ ତଳେ ଦାବି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ରିପୋର୍ଟ ଟିକେ ଝଟକା ଦେଇଛି । ରିପୋର୍ଟର ସୂଚନା ଅନୁସାରେ 2026 ମସିହା ବେଳକୁ ଭାରତର ଅର୍ଥ ବ୍ୟବସ୍ଥା 5 ହଜାର ବିଲିୟନ ଡଲାରରେ ପହଞ୍ଚିଥିବ। ବ୍ରିଟେନସ୍ଥିତ ସେଣ୍ଟର ଫର ଇକନମିକ୍ସ ଏଣ୍ଡ ବିଜେନସ୍ ରିସର୍ଚ୍ଚ (ସିଇବିଆର)ର ରିପୋର୍ଟ ‘ୱାର୍ଲଡ ଇକନମିକ ଲିଗ୍ ଟେବୁଲ-2020’ଅନୁସାରେ 2019ରେ ଭାରତ ବ୍ରିଟେନ ଓ ଫ୍ରାନ୍ସକୁ ପଛରେ ପକାଇ ବିଶ୍ୱର 5 ମ ବୃହତ୍ତ ଅର୍ଥବ୍ୟବସ୍ଥା ପାଲଟିଛି । ଏହି ହାରରେ ଭାରତ ଆର୍ଥିକ ପ୍ରଗତି ଜାରି ରହିଲେ 2026 ରେ ଜର୍ମାନୀକୁ ପଛରେ ପକାଇ ଚତୁର୍ଥ ଓ 2034 ରେ ଜାପାନକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇପାରିବ।