ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ

0

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ରଚିଲେ ଇତିହାସ । ତୃତୀୟ ଥର ପାଇଁ ଅନ୍ତରୀକ୍ଷକୁ ଉଡ଼ାଣ ଭରିଲେ ସୁନୀତା ୱିଲିୟମ୍ସ । ଫ୍ଲୋରିଡାର କାନଭେରାଲ ସ୍ପେସ ଫୋର୍ସ ଷ୍ଟେସନରୁ ମହାକାଶଚାରୀ ବଚ୍ ୱିଲମୋରଙ୍କ ସହ ମିଶି ଉଡାଣ ଭରିଛନ୍ତି ସୁନୀତା । ଲଞ୍ଚ ଆଲାଏନ୍ସ ଆଟାଲାସ ଭି ରକେଟ ଓ ବୋଇଂ ଷ୍ଟାରଲିନର ମିଳିତ ମହାକାଶ ଅଭିଯାନରେ ଉଭୟ ମହାକାଶ ଅଭିମୁଖେ ଯାତ୍ରା କରିଛନ୍ତି । ଯାନ୍ତ୍ରିକ ତ୍ରୁଟି ଯୋଗୁ ପୂର୍ବରୁ ଦୁଇଥର ଏହି ମିଶନ ସ୍ଥଗିତ ରହିଥିବା ବେଳେ ଗୁରୁବାର ଏହି ମିଶନ ସଫଳତାର ସହ ପୂରଣ ହୋଇଛି ।

ସୁନୀତା ୱିଲିୟମ୍ସଙ୍କର ମହାକାଶ ଅଭିମୁଖେ ଏହା ତୃତୀୟ ଉଡାଣ । ଏହା ପୂର୍ବରୁ ୫୯ ବର୍ଷୀୟ ସୁନୀତା ୨୦୦୬ ମସିହା ଡିସେମ୍ବର ୯ରେ ‘ଡିସକଭରି’ ମହାକାଶ ଅଭିଯାନରେ ମହାକାଶ ଯାତ୍ରା କରିଥିଲେ । ସେହିପରି ୨୦୧୨ ମସିହାରେ କାଜାଖାସ୍ଥାନରୁ ସୋୟୁଜ୍- ୦୫ ଏମ ରକେଟ ଜରିଆରେ ମହାକାଶ ଅଭିମୁଖେ ଯାଇଥିଲେ ସୁନୀତା ।

Leave a comment