ପାକିସ୍ତାନକୁ ପାଣି ଦେବନି ଭାରତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ସବକ୍ ଶିଖାଇବା ପାଇଁ ସବୁଆଡୁ ପ୍ରୟାସ ଚଳାଇଛି ଭାରତ । ପ୍ରତିଶୋଧ ନେବା ପାଇଁ ଭାରତ ପକ୍ଷରୁ ନାନା ମତ ମନ୍ତବ୍ୟ ପ୍ରକାଶ ପାଉଥିବା ବେଳେ ଭାରତ ଭାଗର ସିନ୍ଧୁ ନଦୀ ଜଳ ପାକିସ୍ତାନକୁ ବୋହିବନି ବୋଲି ନିଷ୍ପତ୍ତି ନିଆଯାଇଛି । ସିନ୍ଧୁ ନଦୀ ଜଳକୁ ରୋକିବାକୁ ସରକାର ନିଷ୍ପତି ନେଇଥିବା ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ପୂର୍ବାଞ୍ଚଳରେ ପ୍ରବାହିତ ସିନ୍ଧୁ ନଦୀ ଶାଖା ରବି, ବେୟାସ ଓ ସତଲେଜ ଜଳସ୍ରୋତର ଦିଗ ପରିବର୍ତ୍ତନ କରାଯାଇ ଏହାକୁ ଜମ୍ମୁ-କଶ୍ମୀର ଓ ପଞ୍ଜାବ ଲୋକଙ୍କ ବ୍ୟବହାର ପାଇଁ ଛଡାଯିବ । ସିନ୍ଧୁ ନଦୀ ଚୁକ୍ତି ଅନୁଯାୟୀ ସତ୍‌ଲେଜ୍‌, ବାଏଜ୍‌ ଏବଂ ରବି ନଦୀର ପାଣି ଉପରେ ଭାରତର ପୂର୍ଣ୍ଣ ଅଧିକାର ରହିଛି । ଏହି ନିଷ୍ପତ୍ତି ପୂର୍ବରୁ ଭାରତ ପାକିସ୍ତାନ ସହିତ ବ୍ୟବସାୟିକ ସମ୍ପର୍କ କାଟିବା ପାଇଁ ‘ମୋଷ୍ଟ ଫେଭର୍‌ଡ ନେସନ୍‌’ ତାଲିକାରୁ ପାକିସ୍ତାନକୁ ବାଦ୍‌ ଦେଇସାରିଛି ।

Leave a comment