ବିଜୟରୁ ଭାରତର ହକି ଅଭିଜାନ ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ସିରିଜ ଫାଇନାଲର ଉଦଘାଟନ ଦିବସର ତୃତୀୟ ମ୍ୟାଚରେ ଆୟୋଜକ ଭାରତ ବିଜୟ ଲାଭ କରିଛି । ଗ୍ରୁପ-ବିରେ ଭାରତ ରୁଷିଆ କୁ ୧୦-୦ ଗୋଲରେ ପରସ୍ତ କରିଛି । ଏହି ମ୍ୟାଚରେ ଭାରତର ହରମନପ୍ରିତ ସିଂ ସର୍ବାଧିକ ୩ଟି ଗୋଲ ଦେଇଥିଲେ ।

ସେହିପରି ଅନ୍ୟ ଦୁଇଟି ମ୍ୟାଚରେ ପୋଲାଣ୍ଡ ୪-୦ ଗୋଲରେ ଉଜ୍ବେକିସ୍ତାନକୁ ପରାସ୍ତ କରିଥିବା ବେଳେ ୟୁନାଇଟେଡ ଷ୍ଟେଟସ୍ ଅଫ ଆମେରିକା ୨-୦ ଗୋଲରେ ସାଉଥ ଆଫ୍ରିକାକୁ ପରାସ୍ତ କରିଛି । ଭାରତର ଏହି ବିଜୟ ଅଲମ୍ପିକ ଯୋଗ୍ୟତା ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଭାରତୀୟ ଅଧିନାୟକ ମନସ୍ପ୍ରୀତ ସିଂହ ଗତକାଲି ନିଜର ୨୫୦ତମ ଅନ୍ତର୍ଜାତୀୟ ମ୍ୟାଚ କଳିଙ୍ଗ ଷ୍ଟାଡିଆମରେ ଖେଳିଛନ୍ତି ।

Leave a comment

You cannot copy content of this page