ଗଠନ ହେବ ଭାରତର ତୃତୀୟ ସର୍ବବୃହତ ବ୍ୟାଙ୍କ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର କ୍ୟାବିନେଟ ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ରେ ବିଜୟ ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ମିଶ୍ରଣକୁ ମଞ୍ଜୁରୀ ପ୍ରଦାନ କରିଛି । ବୈଠକ ଶେଷରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଏହି ମିଶ୍ରଣ ପରେ ଏସ୍‌ବିଆଇ ଓ ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ ପରେ ଏହା ଦେଶର ତୃତୀୟ ସର୍ବବୃହତ ବ୍ୟାଙ୍କ ହେବ । ଆସନ୍ତା ଏପ୍ରିଲ ୧ରୁ ଏହି ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେବ । ବିଜୟା ବ୍ୟାଙ୍କ ଏବଂ ଡେନା ବ୍ୟାଙ୍କର ସମସ୍ତ ବ୍ୟବସାୟ ବ୍ୟାଙ୍କ ଅଫ୍‌ ବରୋଦାକୁ ଚାଲିଯିବ । ଏହାର ସମସ୍ତ କର୍ମକର୍ତ୍ତା ମଧ୍ୟ ସେଠାକୁ ବଦଳି ହେବେ ।
ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏଭଳି ମିଶ୍ରଣ ପ୍ରକ୍ରିୟା କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିପାଇଁ ଆବଶ୍ୟକ ଅର୍ଥ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ।

Leave a comment