ମାଞ୍ଚେଷ୍ଟରରେ ପାକିସ୍ତାନ ଉପରେ ଇଣ୍ଡିଆର ସର୍ଜିକାଲ ଷ୍ଟ୍ରାଇକ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ମାଞ୍ଚେଷ୍ଟରେ ଅନୁଷ୍ଠିତ ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନର ଶୋଚନୀୟ ପରାଜୟ ହୋଇଛି । ଏହି ମହାମୁକାବିଲାରେ ଟିମ୍ ଇଣ୍ଡିଆ ଡିଏଲ୍ ନିୟମରେ ୮୯ ରନରେ ବିଜୟୀ ହୋଇଛି । ଏଥିସହ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ରେକର୍ଡ ୭-୦ରେ ପହଞ୍ଚିଛି‌ । ଇଣ୍ଡିଆ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୩୬ ରନ୍ କରିଥିଲା । ଭାରତ ପକ୍ଷରୁ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ୧୪୦  ରନ ଓ କ୍ୟାପଟେନ୍ ବିରାଟ୍ କୋହଲି ୬୫ ବଲରେ ୭ ଚୌକା ସହ ୭୭ ରନ୍ କରିଥିଲେ ।

ପାକିସ୍ତାନ ୩୩୭ ରନର ପିଛା କରୁଥିବା ବେଳେ ଇଣ୍ଡିଆନ ବୋଲର ଭୁବନେଶ୍ଵର କୁମାର ଆହତ ହୋଇଥିଲେ । ତାଙ୍କ ସ୍ଥାନରେ ବିଜୟ ଶଙ୍କର ଓପ୍ନର ଇମାମ୍ ଉଲ୍-ହକ୍ (୭)ଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ । ଏହାପରେ କୁଲଦୀପ ପ୍ରଥମେ ବାବର (୪୮)ଙ୍କୁ କ୍ଲିନ୍ ବୋଲ୍ଡ କରିବା ସହ ପରବର୍ତ୍ତୀ ଓଭରରେ ଫକରଙ୍କ ଓ୍ବିକେଟ ନେଇଥିଲେ। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ମହମ୍ମଦ ହଫିଜ୍ (୯) ଓ ଶୋଏବ ମଲିକ୍ (୦)ଙ୍କ ଓ୍ବିକେଟ ନେଇଥିଲେ ।

ଏହାପରେ ପାକିସ୍ତାନ ଅଧିନାୟକ ସର୍ଫରାଜ ବିଜୟ ଶଙ୍କରଙ୍କ ବଲରେ ବୋଲ୍ଡ ହୋଇଥିଲେ । ଏହା ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ମ୍ୟାଚ୍ ବନ୍ଦ ହୋଇଥିଲା । ବର୍ଷା ଛାଡ଼ିବା ପରେ ପାକିସ୍ତାନ ଆଗରେ ଶେଷ ୫ ଓଭରରେ ୧୩୬ ରନର ଅସମ୍ଭବ ଟାର୍ଗେଟ୍ ରଖାଯାଇଥିଲା । ପାକିସ୍ତାନ ଆଉ ୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଟାର୍ଗେଟ ପୁରଣ କରି ନ ପାରି ପାକିସ୍ତାନ ହାରିଥିଲା ।

Leave a comment