୨୪ ଘଣ୍ଟାରେ ୫୬୦୯ ସଂକ୍ରମିତ ଚିହ୍ନଟ, ୧୩୪ ରୋଗୀଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଗୁରୁବାର ୧ ଲକ୍ଷ ୧୨ ହଜାର ୩୫୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୫୬୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୩୪୩୫ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୪୫ ହଜାର ୩୦୦ ଜଣ ସୁସ୍ଥ ହୋଇଥିବାବେଳେ ୬୩ ହଜାର ୬୨୪ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି।
ସୂଚନା ଅନୁସାରେ, ମହାରାଷ୍ଟ୍ରରେ କେବଳ ଦେଶର ଏକ ତୃତୀୟାଂଶରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ରାଜ୍ୟରେ ୩୯ ହଜାର ୨୯୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୯୦ ରୋଗୀ ପ୍ରାଣ ହରାଇଛନ୍ତି। ସେହିପରି ତାମିଲନାଡୁରେ ୨ୟ ସର୍ବାଧିକ ୧୩ ହଜାର ୧୯୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୮ ଜଣ ପ୍ରାଣ ହରାଇଛନ୍ତି। ଗୁଜରାଟରେ ୧୨ ହଜାର ୫୩୯ ଆକ୍ରାନ୍ତ ଓ ୭୪୯ ଜଣଙ୍କ ମୃତ୍ୟୁ ଘଟିଛି।