ଆସନ୍ତାକାଲି ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚ୍ଚ ବା (ବିଏଏମସିଇଏଫ୍) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ମେ’ ୨୫ତାରିଖ ଅର୍ଥାତ୍ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ସରକାରଙ୍କ ଓବିସି ମାନଙ୍କ ଜାତି ଆଧାରିତ ଜନଗଣନା ନକରାଯିବା ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ କରାଯିବାକୁ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଛି । ଏହାକୁ ନେଇ ଉତ୍ତରପ୍ରଦେଶର ରାଜନୈତିକ ଦଳ ବିଏମପି ତାର ପ୍ରତିକ୍ରିୟା ରଖିଛି । ସାହାରନପୁରର ଜିଲ୍ଲା ସଭାପତି ନିରଜଧିମାନ କହିଛନ୍ତି ପଛୁଆ ଜାତିଗୁଡ଼ିକର ସ୍ୱତନ୍ତ୍ର ଜାତିଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ର ସରକାର ମନା କରିଛନ୍ତି । ବେସରକାରୀ କ୍ଷେତ୍ରରେ ଏସସି / ଏସଟି / ଓବିସି ପାଇଁ ସଂରକ୍ଷଣର କାର୍ଯ୍ୟାନ୍ୱୟନକୁ ନେଇ ମଧ୍ୟ ସମସ୍ୟା ସୃଷ୍ଟି କରିଛନ୍ତି ।
ବେସରକାରୀ କ୍ଷେତ୍ରରେ ମଧ୍ୟ ଏସସସ-ଏସଟି ଓ ଓବିସି ସଂରକ୍ଷଣ ଲାଗୁ ହେବା ଉଚିତ । ପୁରୁଣା ପେନସନ ଯୋଜନା ପୁଣିଥଲେ ଲାଗୁ କରାଯିବା ଦରକାର ରହିଛି। ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ ଏକ ଆଇନ ପ୍ରସ୍ତୁତ କରାଯିବା ଆବଶ୍ୟକ ରହିଛି। ତାହା ଛଡ଼ା ଭାରତ ବନ୍ଦକୁ ନେଇ ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚ୍ଚ ପକ୍ଷରୁ ଆହୁରି ଅନେକ ଦାବି ରଖାଯାଇଛି ।