ଭାରତ-ଚୀନ୍ ସେନା ପକ୍ଷରୁ ଟ୍ୟାଙ୍କ ମୁତୟନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ-ଚୀନ୍ ସୀମାରେ ଦୁଇ ଦେଶର ସେନା ମଧ୍ୟରେ ଦ୍ୱିତୀୟ ଥର ସଂଘର୍ଷ ହେବାପରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳର ଦକ୍ଷିଣ କୂଳରେ ପରିସ୍ଥିତି ଜଟିଳ ହୋଇଛି। ମଙ୍ଗଳବାର ବ୍ରିଗେଡ କମାଣ୍ଡରସ୍ତରୀୟ କଥାବର୍ତ୍ତା ଜାରି ରହିଥିବାବେଳେ ଦୁଇ ଦେଶର ସେନା ପକ୍ଷରୁ ଗୁଳି ଚାଳନା ଦୂରତାରେ ଟ୍ୟାଙ୍କ ମୁତୟନ କରାଯାଇଛି। ଏଲଏସିରେ ଚୀନ ସ୍ଥିତାବସ୍ଥା ଭାଙ୍ଗିବା ଉଦ୍ୟମ କରିବାପରେ ଭାରତୀୟ ସେନା ବ୍ଲାକ ଟପ୍ ପୋଷ୍ଟକୁ ଅକ୍ତିଆର କରିଥିଲା। ଚୀନ ଯୁଦ୍ଧ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନଗୁଡ଼ିକୁ ‘ବ୍ଲାକ ଟପ’ର ପାଦଦେଶରେ ମୁତୟନ କରିଛି। ସୂଚନା ମୁତାବକ, ଅଗଷ୍ଟ ୨୯-୩୦ରେ ଚୀନ ସେନା ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ଏହାପରେ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ପାଙ୍ଗୋଙ୍ଗ ହ୍ରଦ ଦକ୍ଷିଣ କୂଳରେ ଥିବା ବ୍ଲାକ ଟପ ପୋଷ୍ଟରେ ଲଗାଇଥିବା କ୍ୟାମେରା ଏବଂ ସିସିଟିଭି ସିଷ୍ଟମ ଉପକରଣକୁ ବାହାର କରି ଫିଙ୍ଗିିବା ସହ ଚୀନ ସେନାର ଉଦ୍ୟମକୁ ବିଫଳ କରିଥିଲା ଭାରତ। ପ୍ରାୟ ୫୦୦ ଯବାନଙ୍କ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ଉଦ୍ୟମ ବିଫଳ ହେବା ପରେ ଚୀନ ସେନା ଯୁଦ୍ଧ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନଗୁଡିକୁ ‘ବ୍ଲାକ ଟପ୍’ର ପାଦଦେଶରେ ମୁତୟନ କରିଛି। ଚୀନ ସେନାକୁ ଜବାବ ଦେବା ପାଇଁ ଭାରତ ମଧ୍ୟ ଯୁଦ୍ଧ ଟ୍ୟାଙ୍କ ମୁତୟନ କରିଥିବା ଜଣାପଡିଛି।

Leave a comment