ଭାରତ ଓ ଆମେରିକା ମଧ୍ୟରେ ୫ଟି ରାଜିନାମା ଉପରେ ଚୁକ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୂଆଦିଲ୍ଲୀରେ ଆୟୋଜିତ ୨+୨ ମନ୍ତ୍ରୀ ସ୍ତରୀୟ ବୈଠକରେ ଭାରତ ଓ ଆମେରିକା ମଧ୍ୟରେ ୫ଟି ବଡ ରାଜିନାମା ଉପରେ ସ୍ୱାକ୍ଷର ହୋଇଛି। ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କର, ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ, ମାର୍କ ଏସପର ପ୍ରମୁଖ ଉପସ୍ଥିତ ଥିଲେ। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଏବଂ ସାମରିକ ଶକ୍ତି ଉପରେ ହସ୍ତାକ୍ଷର ହୋଇଛି। ଆଜି ଉଭୟ ଦେଶ ମୌଳିକ ବିନିମୟ ଏବଂ ସହଯୋଗ ଚୁକ୍ତି (ବେକା) ସ୍ୱାକ୍ଷର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଜିବେଶ ନନ୍ଦନ ଭାରତ ପକ୍ଷରୁ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ସ୍ୱାକ୍ଷରିତ ହେବ ଫଳରେ ଭାରତ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଆମେରିକାର ସ୍ୱତନ୍ତ୍ର ତଥ୍ୟ ବ୍ୟବହାର କରିବାରେ ସକ୍ଷମ ହେବ। ଏଥିରେ ଯେକୌଣସି ଅଞ୍ଚଳର ସଠିକ୍ ଭୌଗଳିକ ଅବସ୍ଥାନ ମିଳିପାରିବ। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଆସପର କହିଛନ୍ତି ଯେ ବିଶ୍ୱ କରୋନା ମହାମାରୀ ଏବଂ ବୃଦ୍ଧି ପାଉଥିବା ସୁରକ୍ଷା ଆହ୍ୱାନର ସମ୍ମୁଖୀନ ହେଉଛି, ଏହି ସମୟରେ ଭାରତ-ଆମେରିକା ପାଇଁ ବିଶ୍ୱରେ ସୁରକ୍ଷା, ସ୍ଥିରତା ଏବଂ ସମୃଦ୍ଧି ସୁନିଶ୍ଚିତ କରିବା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।

Leave a comment

You cannot copy content of this page