ୟୁକ୍ରେନ୍‌ରେ ସାହାରା ପାଲଟିଛି ଭାରତ, ପାକିସ୍ତାନୀ ଯୁବତୀଙ୍କୁ ଉଦ୍ଧାର କଲା ଭାରତୀୟ ଦୂତାବାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନ୍‌ ଉପରେ ଅହରହ ଆକ୍ରମଣ କରୁଛି ଋଷ । ଲୋକେ ଉଦ୍ଧାର ପାଇଁ ଖୋଜୁଛନ୍ତି ସାହାରା । ଯୁଦ୍ଧ ଭିତରେ ଭାରତ ସାଜିଛି ରକ୍ଷା କବଚ । ଉଦ୍ଧାର ହେଲେଣି ୧୮ ହଜାରରୁ ଅଧିକ ଭାରତୀୟ । କେବଳ ଭାରତ ନୁହେଁ, ପାକିସ୍ତାନର ବି ସାହରା ସାଜିଛି ଭାରତ । ଯାହାର ଉଦାହରଣ ଏହି ଯୁବତୀଙ୍କ ଭିଡିଓ ।

ୟୁକ୍ରେନରେ ଫସିଥିବା ପାକିସ୍ତାନୀ ଯୁବତୀଙ୍କୁ ଉଦ୍ଧାର କଲା ଭାରତୀୟ ଦୂତାବାସ। ତେବେ ଉଦ୍ଧାର ହୋଇଥିବା ଯୁବତୀ ଭିଡିଓରେ ଭାରତର ତାରିଫ୍‌ କରୁଛନ୍ତି । କହିଛନ୍ତି ‘ଭାରତୀୟ ଦୂତାବାସ ବିପଦରେ ସାହାଯ୍ୟ କରିଛି । କଠିନ ପରିସ୍ଥିତି​‌ରେ ଉଦ୍ଧାର କରିଛି ଭାରତୀୟ ଦୂତାବାସ । ପାକିସ୍ତାନୀ ବୋଲି ଜାଣି ସୁଦ୍ଧା ମୋତେ ଉଦ୍ଧାର କରିଛନ୍ତି । ସେଥିପାଇଁ ମୁଁ ଭଲରେ ଭଲରେ ଫେରିଛି । ଭାରତୀୟ ଦୂତାବାସ ଆଉ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ।’

Leave a comment