ପଢ଼ନ୍ତୁ ସ୍ୱାଧୀନତା ଦିବସରେ କେଉଁ ସ୍ଥାନରେ କେଉଁ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେବାପରେ ପ୍ରତିବର୍ଷ ଏହି ଦିନକୁ ସ୍ୱାଧୀନତା ଦିବସ ଭାବେ ଆମେ ପାଳନ କରି ଆସୁଛୁ । ପୂର୍ବ ବର୍ଷ ଗୁଡିକ ପରି ଏବର୍ଷ ମଧ୍ୟ ସ୍ଵାଧିନତା ଦିବସ ପାଳନ ହେବାକୁ ଯାଉଛି । ପ୍ରତି ଜିଲ୍ଲାରେ ଚାଲିଛି ଜୋରଦାର ପ୍ରସ୍ତୁତି । କାହିଁକି ନା ଏବର୍ଷ ଅନ୍ୟ ବର୍ଷ ଅପେକ୍ଷା ଟିକେ ଭିର୍ଣ୍ଣ । ଏଥର ସ୍ୱାଧୀନତା ଦିବସରେ ଅନେକ ମନ୍ତ୍ରୀ ପ୍ରଥମ ଥର ପାଇଁ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବେ । ଏହା ବ୍ୟତୀତ ଅନ୍ୟ ସ୍ଥାନ ଗୁଡିକରେ ପତାକା ଉତ୍ତୋଳନ କରିବାକୁ ଥିବା ମନ୍ତ୍ରୀଙ୍କ ତାଲିକା ହେଲା:

୧. ନିରଞ୍ଜନ ପୂଜାରୀ – କଟକ

୨. ସୁଶାନ୍ତ ସିଂ – କନ୍ଧମାଳ

୩. ଅରୁଣ କୁମାର ସାହୁ – ଢ଼େଙ୍କାନାଳ

୪. ବିକ୍ରମ କେଶରୀ ଆରୁଖ – ଅନୁଗୁଳ

୫. ନବକିଶୋର ଦାସ – ବଲାଙ୍ଗୀର

୬. ପ୍ରଫୁଲ୍ଲ କୁମାର ମଲ୍ଲିକ – ପୁରୀ

୭. ଅଶୋକ ଚନ୍ଦ୍ର ପଣ୍ଡା – ବାଲେଶ୍ୱର

୮. ରଣେନ୍ଦ୍ର ପ୍ରତାପ ସ୍ୱାଇଁ – କେନ୍ଦ୍ରାପଡ଼ା

୯. ପ୍ରତାପ ଜେନା – ମୟୁରଭଞ୍ଜ

୧୦. ଶ୍ରୀମତୀ ଟୁକୁନି ସାହୁ – ନୟାଗଡ଼

୧୧. ସମୀର ରଞ୍ଜନ ଦାସ – ଯାଜପୁର

୧୨. ପନ୍ମନାଭ ବେହେରା – କଳାହାଣ୍ଡି

୧୩. ଦିବ୍ୟଶଙ୍କର ମିଶ୍ର – ସମ୍ବଲପୁର

୧୪. ରଘୁରନ୍ଦନ ଦାସ – ମାଲକାନଗିରି

୧୫. ସୁଦାମ ମାରାଣ୍ଡି – ସୁନ୍ଦରଗଡ଼

୧୬. ଜଗନ୍ନାଥ ସାରକା – କେନ୍ଦୁଝର

୧୭. ତୁଷାରକାନ୍ତି ବେହେରା – ଗଜପତି

୧୮. ପ୍ରେମାନନ୍ଦ ନାୟକ – କୋରାପୁଟ

୧୯. ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ନବରଙ୍ଗପୁର

୨୦. ଶ୍ରୀମତୀ ପଦ୍ମିନୀ ଦିଆନ – ରାୟଗଡ଼ା

ପତାକା ଉତ୍ତୋଳନ ସମୟରେ ମନ୍ତ୍ରୀ ଓ ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦେଇଥିବା ସୁଚନା ଦେଇଛି ।

Leave a comment