ଓଡ଼ିଶା ବଜାରକୁ ପ୍ରବେଶ କଲା ଇନଡେଲ୍‍ ମନି, ଖୋଲିଲା ୧୦ଟି ଶାଖା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇନଡେଲ୍‍ କର୍ପୋରେସନର ଛାମୁଆ କମ୍ପାନୀ ଇନଡେଲ୍‍ ମନି ଲିମିଟେଡ ନିଜର ସ୍ୱର୍ଣ୍ଣ ଋଣ ଉତ୍ପାଦ ଗୁଛକୁ ନେଇ ଓଡ଼ିଶାର ଜନସାଧାରଣଙ୍କୁ ସେବା ଯୋଗାଇଦେବାକୁ ରାଜ୍ୟବ୍ୟାପୀ ୧୦ଟି ଶାଖା ଖୋଲିଛି । ଖୋର୍ଦ୍ଧା (ଲୁଇସ ରୋଡ ଏବଂ ଭୁବନେଶ୍ୱର-ଖୋର୍ଦ୍ଧା), ପୁରୀ (ପିପିଲି ଓ ନିମାପଡା), କଟକ (ଲିଙ୍କରୋଡ, ସାଲେପୁର ଓ ଜଗତପୁର), ବାଲେଶ୍ୱର (ଏଫଏମ ଗୋଲେଇ ଏବଂ ବାଲେଶ୍ୱର) ଏବଂ ଯାଜପୁର ଟାଉନରେ ଏହି ଶାଖାଗୁଡିକୁ ଇନଡେଲ୍‍ ମନିର ନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ଉମେଶ ମୋହନନ୍‍ ଏବଂ ଇନଡେଲ୍‍ ମନିର ବିଜନେସ ହେଡ ଜିଥ୍‍ ରାଜ, ଇନଡେଲ୍‍ ମନିର ଜୋନାଲ ହେଡ ଭି ବିଜୟ କୁମାର ଉଦଘାଟନ କରିଛନ୍ତି ।

ଇନଡେଲ୍‍ ମନି ଓଡ଼ିଶାରେ ଆଉ ୧୫ଟି ଶାଖା ଖୁବଶୀଘ୍ର ଖୋଲିବ ଏବଂ ଏହାର ସମୁଦାୟ ସମ୍ପ୍ରସାରଣ ଅଭିଯାନ ଦ୍ୱାରା ରାଜ୍ୟରେ ୧୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ନିୟମିତ ସ୍ୱର୍ଣ୍ଣ ଋଣ ଉତ୍ପାଦଗୁଡିକ ସହିତ ଇନଡେଲ୍‍ ମନି ମଧ୍ୟ ୧ ବର୍ଷ ଓ ୨ ବର୍ଷିଆ ସ୍ୱର୍ଣ୍ଣ ଋଣ ଯୋଜନା ଭଳି ଦୀର୍ଘସୂତ୍ରୀ ସ୍ୱର୍ଣ୍ଣ ଋଣ ଯୋଗାଇଦେବ ।

ଏ ସମ୍ପର୍କରେ ପ୍ରକାଶ କରି ଇନଡେଲ୍‍ ମନିର ନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ଉମେଶ ମୋହନନ୍‍ କହିଥିଲେ, “ଦେଶର କୋଟି କୋଟି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ସେମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସେମାନଙ୍କୁ ସହାୟତା କରିବା ପାଇଁ ସୁଲଭ ଆର୍ଥିକ ଉତ୍ପାଦ ଯୋଗାଇଦେଇ ଏକ ସୁପରିଚିତ ନାମ ଭାବରେ ପ୍ରତିଷ୍ଠିତ ହେବା ଆମର ଲକ୍ଷ୍ୟ । ଓଡ଼ିଶାରେ ଆମ ନେଟୱର୍କ ସମ୍ପ୍ରସାରଣ, କମ୍‍ ସେବିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ସେବା ଯୋଗାଣ ଉପରେ ଆମର ନିରନ୍ତର ଦୃଷ୍ଟିନିବଦ୍ଧର ଏକ ଅଂଶବିଶେଷ ହୋଇଛି । ଦୀର୍ଘସୂତ୍ରୀ ସ୍ୱର୍ଣ୍ଣ ଋଣ ଏବଂ ଦ୍ୱାରଦେଶରେ ସ୍ୱର୍ଣ୍ଣ ଋଣ ଉପଲବ୍ଧ କରିବାର ସ୍ୱାଚ୍ଛନ୍ଦ୍ୟ ଯୋଗାଇଦେଇ ଆମେ ଓଡ଼ିଶାର ଜନସାଧାରଣଙ୍କ ପାଇଁ ସ୍ୱର୍ଣ୍ଣ ଋଣକୁ ସୁଲଭ୍ୟ କରିବାକୁ ଚାହୁଁଛୁ ।”

ସମୁଦାୟ ଦକ୍ଷିଣ ଭାରତରେ ଇନଡେଲ୍‍ ମନିର ୨୦୦ରୁ ଅଧିକ ଶାଖା ରହିଛି ଏବଂ ସେଗୁଡିକ ମଜଭୁତ ମୂଳଦୁଆ ଏବଂ ସକ୍ରୟ ଆଭିମୁଖ୍ୟ ନେଇ ପରିଚାଳିତ ହେଉଛି । ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକରେ କମ୍ପାନୀ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗକୁ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ଗୁଜରାଟ ଓ ରାଜସ୍ଥାନକୁ ପ୍ରବେଶ ଯୋଜନା ରଖିଛି । ୨୦୨୪-୨୫ ସୁଦ୍ଧା ଦେଶର ୧୧ଟି ରାଜ୍ୟରେ କମ୍ପାନୀ ୪୦୫ରୁ ଅଧିକ ଶାଖା ଖୋଲିବା ଲକ୍ଷ୍ୟ ରଖିଛି । ୧୯୮୬ରେ ଏନବିଏଫସି (ଆରବିଆଇ ଦ୍ୱାରା ନିୟନ୍ତ୍ରିତ) ଲାଇସେନ୍ସ ହାସଲ କରିଥିବା ଇନଡେଲ୍‍ ମନି ତାହାର ଗ୍ରାହକ, କର୍ମଚାରୀ, ନିୟାମକ ସଂସ୍ଥା, ନିବେଶକ ଏବଂ ବୃହତ୍ତର ଆକାରରେ ସମାଜ ପ୍ରତି ଭରସାଯୋଗ୍ୟ ଏବଂ ସ୍ୱଚ୍ଛ ଆର୍ଥିକ ସେବା ଯୋଗାଇଦେବା ଏବଂ ମୂଲ୍ୟଗତ ଦିଗକୁ ସର୍ବାଧିକ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି ।

Leave a comment