ବିପଦରେ ନାବାଳିକା ଶିଶୁ : ବଢୁଛି ଦୁଷ୍କର୍ମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭଲ ବୋଲି ମୁଖ୍ୟମନ୍ତ୍ରୀ ସଦାସର୍ବଦା ବିଧାନସଭାରେ କହୁଥିବାବେଳେ,
ବାସ୍ତବିକ କ୍ଷେତ୍ରରେ ତାର ପୁରା ଚିତ୍ର ଏହି ସପ୍ତାହର ଗଣମାଧ୍ୟମର ଚର୍ଚ୍ଚିତ ବିଷୟ ପାଲଟିଛି ।ଏହି ଦୁଇ ଦିନ ମଧ୍ୟରେ ସାରା ରାଜ୍ୟରେ ଛଅଟି ନାବାଳିକା ଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଥିବା ବେଳେ, ଏଥିରେ ଆମ କୁନି କୁନି ପିଲା ମାନେ କେତେ ସୁରକ୍ଷିତ ତାହା ଅନୁମେୟ।ସାରା ଦେଶରେ ଉନାଓ,କାଠୱା ଭଳି
ଲୋମହର୍ଷଣକାରୀ ଅମାନୁଷିକ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ପ୍ରତିବାଦ ଚାଲିଥିଲାବେଳ ଆମ ରାଜ୍ୟରେ ବି ଦୁଷ୍କର୍ମ ଘଟଣା ବୃଦ୍ଧି ପାଇଛି ଏହା ନିଶ୍ଚିତ ଭାବରେ କୁହାଯାଇ ପାରେ। କାହିଁକିନା ନିକଟରେ ନୀଳଗିରିରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଘଟଣା କୁ ନେଇ ଆମ ବିଧାନସଭା ଦିନକ ପାଇଁ ବନ୍ଦ ହୋଇ ଥିଲା।

ଦେଶସାରା ଏଭଳି ଦୁଷ୍କର୍ମ ଘଟନା କୁ ନେଇ ମୋଦି ସରକାର ଚାରିଆଡୁ ନିନ୍ଦା ଓ ସମାଲୋଚିତ ହେଲା ପରେ ଗତକାଲି ପୋସ୍କୋ ଆକ୍ଟରେ ସଂଶୋଧନ କରାଯାଇ ୧୨ବର୍ଷରୁ କମ ନାବାଳିକାକୁ ଦୁଷ୍କର୍ମ କଲେ ଫାଶୀ ମିଳିବ ବୋଲି କୁହାଯାଇଥିଲା।ତାକୁ ଆଜି କାର୍ଯ୍ୟକାରୀ କରିବାକୁ ଯାଇ ତତ୍କାଳତ କେନ୍ଦ୍ରସରକାର ଅଧ୍ୟାଦେଶ ମାଧ୍ୟମରେ ରାଷ୍ଟ୍ରପତି ଙ୍କ ଅନୁମଦନ କ୍ରମେ ବିଜ୍ଞପ୍ତିଜରିଆରେ ପ୍ରକାଶ କରିଥିବାବେଳେ ଆଜି ଆମ ରାଜ୍ୟ ରେ ଦୁଇଟି ଦୁଇଟି ନାବାଳିକା ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ଚକିତ କରିଛି।

ଗତକାଲି ରାତିରେ ସାଲେପୁର ଜଗନ୍ନାଥ ୟୁପି ସ୍କୁଲ ବାରଣ୍ଡାରୁ ମୁର୍ମୁସ ଅବସ୍ଥାରେ ଏକ ୬ବର୍ଷର ନାବାଳିକାକୁ ଉଦ୍ଧାର କରାଯାଇ କଟକ ଏସସିବି ରେ ଚିକତ୍ସା କରା ଯାଉଛି,ଯାହାଙ୍କ ଅବସ୍ଥା ଗୁରୁତର ଅଛି। ଏସସିବି ତରଫରୁ ୧୩ ଜଣିଆ ଡାକ୍ତରୀ ଟିମ ଗଠନ କରାଯାଇ ନାବଳିକାକୁ ଚିକିତ୍ସା କରା ଯାଉଛି। ନାବାଳିକାଟି ଚୋକଲେଟ ଆଣିବାକୁ ଯାଇ ନିଖୋଜ ଥିଲା।ଠିକ ସେଇଭଳି ଆଜି କେନ୍ଦ୍ରାପଡ଼ା ତିନିମୁହାଣୀ ଅଂଚଳରେ ୭ବର୍ଷିଆ ଭିକ୍ଷା ବୃତ୍ତି କରୁଥିବା ଏକ ନାବାଳିକାକୁ ଅଭିଯୁକ୍ତ ଜଣକ ୧୦ ଟଙ୍କା ଦେଇ ଧର୍ଷଣ କରିବା ଅଭିଯୋଗ ଆସିଛି ।ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଆଜି ପୁଣି ସେଇ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଥିଖିରି ରେ ଏକ ୪ବର୍ଷ ର ନାବାଳିକାକୁ ୧୪ ବର୍ଷ ର ନାବାଳକ ଦୁଷ୍କର୍ମ କରିବା ନେଇ ଅଭିଯୋଗ ଆସିଛି।ଖୁଣ୍ଟୁଣି ଥାନା ଟାଙ୍ଗର ସାହିରେ ଗତକାଲି ନାବାଳିକାକୁ ଘରେ ପଶି ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।ଠିକ ସେଇଭଳି କିଶୋର ନଗର ମହମ୍ମଦପୁର ଓ କେସିନ୍ଦା ମଧ୍ୟ ଦୁଇ ଜଣ ନାବଳିକା ଦୁଷ୍କର୍ମ ର ଶିକାର ହୋଇଛନ୍ତି।

ସବୁଠାରୁ ବେଶି ଦୁଃଖ ର ବିଷୟ ଏଇ ଦୁଇ ଦିନ ତଳେ ରାଜ୍ୟ ରାଜାଧାନୀରେ ଏକ ନିଶାସକ୍ତ ବାପା ତାର ନାବାଳିକା ଝିଅକୁ ଘରେ କେହି ନଥିଲାବେଳେ ଦୁଷ୍କର୍ମ କରିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଏହି ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ରାଜ୍ୟରେ ଯେ ନାରୀ ନିର୍ଯାତନା ନିଶ୍ଚିତ ଭାବରେ ବୃଦ୍ଧି ପାଇଛି ବିଶେଷତଃ ନାବାଳିକା ମାନଙ୍କ ପ୍ରତି ହିଂସା ତା ସହିତ ଲୋକମାନଙ୍କ ର ନୈତିକ ଅଧ୍ୟଗତି ହୋଇଛି ଏହା ନିଶ୍ଚିତ ଭାବରେ କୁହାଯାଇ ପାରେ। ଯଦି ସରକାର ଏବେଠୁ ଲୋକମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ନକରନ୍ତି , ଆଉ ଆଇନରେ ଦୋଷୀକୁ ଦଣ୍ଡବିଧାନ ହାର ବଢ଼ାଇବା ପାଇଁ ଯତ୍ନବାନ ନହୁଅନ୍ତି ତାହାଲେ ଆମ ରାଜ୍ୟ ର ଅବସ୍ଥା ୟୁପି,ବିହାର ଠାରୁ ବଳି ଯିବ ବୋଲି ଜନସାଧାରଣରେ ବଡ ପ୍ରଶ୍ନ ସୃଷ୍ଟି କରିଛି।

Leave a comment