ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ

0

ଆୟକର ବିଭାଗ ବିବିସି ର ଦିଲ୍ଲୀ କାର୍ଯ୍ୟାଳୟ ଉପରେ ଚଢାଉ କରିଛି । ନିକଟରେ ଏକ ବିବାଦୀୟ ଡକ୍ୟୁମେଣ୍ଟାରୀ ନେଇ ଚର୍ଚ୍ଚାକୁ ଆସିଥିଲା ବିବିସି । ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀର ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି) କାର୍ଯ୍ୟାଳୟରେ ଆଇଟି ଚଢାଉ ହୋଇଛି । ସୂଚନାନୁସାରେ, କର୍ମଚାରୀଙ୍କ ଫୋନ୍‌ ଜବତ କରାଯାଇଛି ।

କର୍ମଚାରୀମାନଙ୍କୁ ଅଫିସ୍ ଛାଡି ଶୀଘ୍ର ଘରକୁ ଯିବାକୁ ମଧ୍ୟ କୁହାଯାଇଛି ।

କେଜି ମାର୍ଗରେ ଅବସ୍ଥିତ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ ଜାରି ରହିଛି । ହା ସହିତ ଆୟକର ବିଭାଗର ଦିଲ୍ଲୀ ଟିମ୍ ମଧ୍ୟ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବି.କେ.ସି) ଅଞ୍ଚଳରେ ଥିବା ବିବିସି ପରିସର ଉପରେ ନଜର ରଖିଛି । ଆନ୍ତର୍ଜାତୀୟ ଟିକସ ଏବଂ ଟ୍ରାନ୍ସଫର ମୂଲ୍ୟରେ ଅନିୟମିତତା ଅଭିଯୋଗ ଉପରେ ଆୟକର ବିଭାଗ ବିବିସି ପରିସରରେ ଚଢାଉ କରିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ବିବିସି କାର୍ଯ୍ୟାଳୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି । ବିବିସି ଉପରେ ଆଇଟି ଚଢାଉ ଉପରେ କଂଗ୍ରେସ ଟ୍ୱିଟ୍ କରି କହିଛି, “ପ୍ରଥମେ ବିବିସି ଡକ୍ୟୁମେଣ୍ଟାରୀ ଆସିଥିଲା, ଏହା ଉପରେ ପ୍ରତିବନ୍ଧକ ଲଗାଗଲା । ବର୍ତ୍ତମାନ ବିବିସି ଉପରେ ଆଇଟି ଚଢାଉ । ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ।”

Leave a comment