ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ, ଦେଖିବେ ଆପଣ ରହିପାରିବେ ରୋଗମୁକ୍ତ

ସୁସ୍ଥ ଜୀବନ ଯାପନ କରିବାକୁ ହେଲେ ଆମକୁ ଆମର ପ୍ରତିଦିନର ଜୀବନଶୈଳୀ ରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡିବ। ଯାହା ଆମ ଶରୀରକୁ ଶକ୍ତ ଏବଂ ରୋଗ ମୁକ୍ତ ରଖିବାରେ ସହାୟକ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଏପରି କିଛି ସୁପର ପାଓ୍ବାର ଥିବା ଖାଦ୍ୟ ବିଷୟରେ ଯାହା ଆମକୁ ପ୍ରତିଦିନର ଜୀବନରେ କାର୍ଯ୍ୟ କରିବା ପାଇଁ ଶକ୍ତି ବା ହାଇ ପ୍ରୋଟିନ ଯୋଗାଇଥାଏ।
ଦହି –ଏଥିରେ ଥିବା ପ୍ରାକୃତିକ ପ୍ରୋବାୟୋଟିକ୍ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ହଳଦୀ- ଏହା ତାର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ପାଇଁ ଜଣାଶୁଣା, ଏହି ମୁଖ୍ୟତ ମସଲା ଭାବେ ଲୋକ ବ୍ୟବହାର କରିଥାନ୍ତି କିନ୍ତୁ ଏହାକୁ ଆପଣ ଯଦି ଆପଣଙ୍କ ପ୍ରତିଦିନ ଜୀବନରେ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କୁ ଶକ୍ତି ଯୋଗାଇବାରେ ସହାୟକ ହେବ।
ପାଳଙ୍ଗ- ଏହା କ୍ୟାଲୋରୀରେ କମ୍ ଏବଂ ଖଣିଜ ପଦାର୍ଥ, ଭିଟାମିନ୍ ଏବଂ ଫାଇବରରେ ଅଧିକ ଭାବରେ ପରିପୂର୍ଣ୍ଣ ହୋଇରହିଥାଏ । ଏହା ଆପଣଙ୍କର ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଓଟମିଲ୍- ଏହି ଶସ୍ୟ ଆପଣଙ୍କର ନିତିଦିନର ପୋଷଣ ପାଇଁ ଏକ ସୁସ୍ଥ ବିକଳ୍ପ ଅଟେ। ଓଟମିଲ୍ ଆପଣଙ୍କୁ ଭରପୂର ପୋଷଣ ମିଳିଥାଏ। ଏହାକୁ ଯଦି ଆପଣ ବ୍ରେକ ଫାଷ୍ଟ ଭାବେ ଗ୍ରହଣ କରିବେ ତେବେ ଏହା ଆପଣକୁ ଅନେକ ପ୍ରୋଟିନ ଏବଂ ଫାଇବର ଯୋଗାଇବ।
ବ୍ରୋକଲି- ଏହା ଫାଇବର, ଆଇରନ୍, କ୍ୟାଲସିୟମ୍ ଏବଂ ଭିଟାମିନ ର ଉତ୍ସ। ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ବେଶ ସହାୟକ ହୋଇଥାଏ ।
ସୋୟା- ଏହା ଶକ୍ତିର ଉତ୍ସ ଅଟେ। ଏହାକୁ ବିଭିନ୍ନ ରୂପରେ ଆପଣ ଗ୍ରହଣ କରିପାରିବେ ଯେପରି: ସୋୟା ଟୋଫୁ, ସୋୟା କ୍ଷୀର କିମ୍ବା ଏପରିକି ସୋୟା ଆଧାରିତ ପ୍ରୋଟିନ୍ ବାର୍ ଆକାରରେ ଉପଭୋଗ କରାଯାଇପାରେ ।
ଅଣ୍ଡା – ଏହା ପ୍ରୋଟିନ ବହୁ ମାତ୍ରାରେ ଭରି ହୋଇଥାଏ। ଏହାକୁ ଆପଣ ବିଭିନ୍ନ ରୂପରେ ଆପଣଙ୍କର ନିତିଦିନ ର ଖାଦ୍ୟରେ ବ୍ୟବହାର କରିପାରିବେ।
ଫ୍ଲକ୍ସ ସିଡ୍ –ଏହା ଏକ ଶସ୍ୟ ଅଟେ ଯେଉଁ ମଞ୍ଜିରେ କର୍କଟ ବିରୋଧୀ ଗୁଣ ରହିଛି। ଏବଂ ଏହା ହୃଦ୍ରୋଗକୁ ମଧ୍ୟ ରକ୍ଷା କରିଥାଏ ।
ବାଦାମ- ଏହା ଫାଇବର ଏବଂ ଭିଟାମିନ୍ ଇ ର ଏକ ଉତ୍ତମ ଉତ୍ସ । ଏହା ଆପଣଙ୍କ ହଜମ ପ୍ରକ୍ରିୟା ଏବଂ ହୃଦୟ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ଏହାକୁ ନିୟମିତ ବ୍ୟବହାର ଆପଣଙ୍କର ସ୍ବାସ୍ଥ ପକ୍ଷେ ବହୁତ ହିତକର ଅଟେ।