ବାଇକ ସହ ଯୁବକ ଜଳିଗଲେ ଘଟଣା : ମିଳିଲା ମୃତକଙ୍କ ପରିଚୟ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଚାର୍ଯ୍ୟ ବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ପରେ ଯୁବକ ଜଳିଯିବା ଘଟଣାର ମୃତ ଯୁବକଙ୍କ ମିଳିଲା ପରିଚୟ । ମୃତ ଯୁବକଙ୍କ ହେଲେ ଅମ୍ବିକା ପ୍ରସାଦ ପତି । ଘର ଜଗତସିଂହପୁର ଜିଲ୍ଲା ପୁରୋହିତ ପୁର ।

ଖବର ଅନୁଯାୟୀ, ଅମ୍ବିକା କେସୁରାରେ ଭଡାରେ ରହୁଥିଲେ । ଭୁବନେଶ୍ୱର ଇନଟାକ୍ସ କମ୍ପାନୀରେ ମାର୍କେଟିଂ କାମ କରୁଥିଲେ । ରବିବାର ରାତିରେ ଚନ୍ଦ୍ରଶେଖରପୁରରେ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ପୋଲିସ । ଖୁବଶୀଘ୍ର ପରିବାର ଲୋକେ ଥାନାରେ ପହଞ୍ଚିବେ ବୋଲି ଥାନା ଅଧିକାରୀ କହିଛନ୍ତି ।

Leave a comment