ଗାଡି ଚଢାଇ ଦେବା ଘଟଣା: କୋର୍ଟରେ ହାଜର ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଚିଲିକା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାଣପୁର କୋର୍ଟରେ ହାଜର ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ଚିଲିକା ବିଧାୟକଙ୍କର ଅନ୍ତରୀଣ ଜାମିନ ଅବଧି ସରିବା ପରେ ଜେଲ ଯିବାର ଥିଲା । ସେହି ଆଧାରରେ ବାଣପୁର କୋର୍ଟରେ ହାଜର ହୋଇଛନ୍ତି ବିଧାୟକ। ତେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉଚ୍ଚ ନ୍ୟାୟଳୟ ନିୟମିତ ଜାମିନକୁ ଖାରଜ କରି ଦେଇଛନ୍ତି । ୨୦ ତାରିଖରେ ବିଧାୟକ ତଳ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଚାରପତିଙ୍କ ନିକଟ ଉପସ୍ଥିତ ହେବା ପରେ ରାୟ ଶୁଣାଣି ହେବ। ସେଠାରୁ ବିଧାୟକଙ୍କୁ ୧୪ ଦିନିଆ ବିଚାରବିଭାଗୀ ହାଜରକୁ ଯିବେ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ମାର୍ଚ୍ଚ ୧୨ ତାରିଖରେ କିଛି ଲୋକଙ୍କ ଉପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡି ଚଢାଇ ଦେଇଥିଲେ । ଏଥିରୁ ମଧ୍ୟ ବାଦ ପଡିନଥିଲେ ଥାନା ଅଧିକାରୀ । ଏହା ପରେ ସାଦାରଣ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ବିଧାୟକ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।