ସିଂହନାଥ ପୀଠରେ ଦଳଚକଟା ଘଟଣା; ଲାଗୁ ହେଲା ୧୪୪ ଧାରା

0

ମକର ସଂକ୍ରାନ୍ତିରେ ବଡ଼ମ୍ବା ସିଂହନାଥ ପୀଠରେ ଦଳଚକଟା ଘଟଣା । ପୀଠରେ ଲାଗିଲା ୧୪୪ ଧାରା । ରବିବାର ଓ ସୋମବାର ଭକ୍ତଙ୍କୁ ଦର୍ଶନ ମନା । ବଡ଼ମ୍ବା ମହାନଦୀ ପଠାରେ ବସିଥିବା ଉଠା ଦୋକାନୀଙ୍କୁ ପଳାଇ ଯିବାକୁ ଅପିଲ କରିଛି ପୋଲିସ ପ୍ରଶାସନ । ଘଟଣାସ୍ଥଳରେ ଏବେ ୭ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି ।

ସେହିଭଳି ଆଇନ ଶୃଙ୍ଖଳା ପାଇଁ ବଡମ୍ବା, ମାଣିଆବନ୍ଧ, କାନପୁର, ନରସିଂହପୁର, ଯୋଡୁମୁର ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହିଛନ୍ତି ।

ମନ୍ଦିର ଭିତରକୁ କୌଣସି ଭକ୍ତଙ୍କୁ ପ୍ରବେଶ କରାଯାଉ ନାହିଁ । ସେପଟେ ଦଳାଚକଟାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ମର ଶରୀର ତାଙ୍କ ଗାଁ ବାଙ୍କୀ ବ୍ଲକ ପାଥପୁର ଗାଁରେ ପହଞ୍ଚିଛି । ଗାଁରେ ଶୋକାକୂଳ ପରିବେଶ ।

Leave a comment