ନୂତନ ଇତିହାସ ରଚିବା ପଥରେ ବିଜେଡ଼ି, ଭାଙ୍ଗିବ ନିଜ ପୁରୁଣା ରେକର୍ଡ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଦ୍ଵିତୀୟ ଦିନ ସକାଳୁ ୩୦୬ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଆରମ୍ଭ ହୋଇଥିଲା । ଗତକାଲି ପରି ଆଜି ମଧ୍ୟ ପ୍ରଥମରୁ ବିଜେଡ଼ି ନିଜ ଦବଦବା ଜାରୀରଖିଥିଲା । କହିବାକୁ ଗଲେ ପ୍ରାୟତଃ ସମସ୍ତ ଆସନ ବିଜେଡ଼ି ସପକ୍ଷରେ ଯିବା ସ୍ପଷ୍ଟ ବାରି ହୋଇ ଯାଉଥିଲା । ବର୍ତ୍ତମାନ ସୁଦ୍ଧା ୬୨୦ ଜିଲ୍ଲା ପରିଷଦ ଜୋନରୁ ୫୫୨ରେ ବିଜେଡ଼ି, ୩୧ରେ ବିଜେପି, ୩୦ରେ କଂଗ୍ରେସ, ୦୭ରେ ଅନ୍ୟ ପ୍ରାର୍ଥୀ ସପକ୍ଷରେ ଥିବା ନିର୍ବାଚନ କମିଶନ ସୂଚନା ପ୍ରଦାନ କରିଛି ।
ସୂଚନା ଅନୁଯାୟୀ, ଗତକାଲି ଗଣତି ହୋଇଥିବା ୩୧୫ ଆସନ ମଧ୍ୟରୁ ନିଆଳୀର ଗୋଟିଏ ଜୋନର ଗଣତି ସ୍ଥଗିତ ରହିଛି । ତେଣୁ ନିର୍ବାଚନ କମିସନଙ୍କ ପକ୍ଷରୁ ଘୋଷଣା ହୋଇଥିବା ୩୧୪ ଆସନ ମଧ୍ୟରୁ ବିଜେଡ଼ି ୨୮୧ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୫, କଂଗ୍ରେସ ୧୪ ଏବଂ ଅନ୍ୟାନ୍ୟ ଦଳ ୪ଟି ଆସନରେ ବିଜୟୀ ହୋଇଛନ୍ତି ।
ଦ୍ୱିତୀୟ ଦିନରେ ଆଜି ସକାଳୁ ୩୦୬ ଜିଲ୍ଲା ପରିଷଦ ଜୋନ୍ ର ଭୋଟ ଗଣତି ଚାଲିଥିଲା । ଗତକାଲିର ୩୧୪ ଆସନକୁ ମିଶାଇ ସଂଧ୍ୟା ସୁଦ୍ଧା ୩୨୧ ଜିଲ୍ଲା ପରିଷଦ ଆସନର ଫଳାଫଳ ଘୋଷଣା ହୋଇଛି । ସେଥରୁ ବିଜେଡ଼ି ୨୮୮ ଆସନରେ ବିଜୟୀ ହୋଇଛି । ବିଜେପି ୧୫ ଏବଂ କଂଗ୍ରେସ ୧୪ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟାନ୍ୟ ଦଳ ପାଇଛନ୍ତି ୪ଟି ଆସନ ।
ସେହିପରି ଚଳିତ ଥର ବିଜେଡ଼ି ନିଜ ୨୦୧୨ ରେ କରିଥିବା ରେକର୍ଡ ଭାଙ୍ଗିବା ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଅପରପକ୍ଷରେ ୨୦୧୭ରେ ବିଜେଡ଼ି କୁ ଚକମା ଦେଇ ପଞ୍ଚାୟତ ନିର୍ବାଚନରେ ୨୯୭ ଅକ୍ତିଆର କରିଥିଲା ବିଜେପି ମାତ୍ର ଏଥର ନିଜ ସଂମ୍ମାନ ରକ୍ଷା କରିବା ନେଇ ମଧ୍ୟ ଦ୍ଵନ୍ଦରେ ବିଜେପି ।