ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ଜଣ କରୋନା ପଜିଟିଭ ଚିହ୍ନଟ

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ରାଜ୍ୟର ୯ଟି ଜିଲ୍ଲାରୁ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୨୧ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ। ଏମାନଙ୍କ ମଧ୍ୟରୁ ୨୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଆଜି ରାଜ୍ୟରେ ଟିକେ କମିଛି କରୋନା ସଂକ୍ରମଣ। ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ସଂକ୍ରମଣ ସଂଖ୍ୟା। ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ କରୋନା ସଂକ୍ରମଣ କମିଯାଇଥିବାବେଳେ ପୁଣି ଥରେ ବଢ଼ିଛି ଯାହାକୁ ନେଇ ରାଜ୍ୟବାସୀ ଚିନ୍ତିତ।

Leave a comment