ପ୍ରଥମ ହାଇଡ୍ରୋଜେନ କାରରେ ନୀତିନ ଗଡ଼କାରୀ ସଂସଦ ଗଲେ

0

ନୂଆଦିଲ୍ଲୀ: ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଆଜି ଭାରତର ପ୍ରଥମ ହାଇଡ୍ରୋଜେନ କାର ଯୋଗେ ସଂସଦ ପହଂଚିଛନ୍ତି । ଏହି କାର ଏଡଭାନ୍ସ ସେଲ ଅକ୍ସିଜେନ ଓ ହାଇଡ୍ରୋଜେନ ମିଶ୍ରଣରେ ବିଜୁଳି ଉତ୍ପନ୍ନ କରିଥାଏ । ଭାରତ ପରିବହନ କ୍ଷେତ୍ରରେ ଏହି ଆଡଭାନ୍ସ କାର ଜରିଆରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ବୋଲି ଗଡ଼କାରୀ ବାର୍ତ୍ତା ପ୍ରଦାନ କରିବାକୁ ଚାହୁଁଛନ୍ତି । କାରଣ ଏହି କାର ଦ୍ୱାରା ପ୍ରଦୂଷଣ ହୋଇନଥାଏ ।

ଏହି ଆଡଭାନ୍ସ କାରକୁ ଟୋୟଟା କମ୍ପାନୀର ପାୟଲୋଟ ପ୍ରୋଜେକ୍ଟ ଅନ୍ତର୍ଗତ ପ୍ରସ୍ତୁତ କରାଯାଇଛି । ଏହି କାରଟି ସଂସଦରେ ପହଞ୍ଚିବା ପରେ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା । ଏହି କାରର ନାମ ‘ମିରାଇ’ ରଖାଯାଇଛି । ହିନ୍ଦୀରେ ଏହାର ଅର୍ଥ ‘ଭବିଷ୍ୟ’ ।

Leave a comment