ଫେଲ ମାରିଲା ସ୍ମାର୍ଟସିଟି ଦାବା, ୩ ଘଣ୍ଟା ବର୍ଷରେ ଭାସିଲା ବସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଗଜପତ୍ରରେ ସ୍ମାର୍ଟ ସିଟି ଦୌଡ଼ ରେ ପ୍ୟାରିସ କୁ ପଛରେ ପକାଇଥିବା ଦାବା କରୁଥିବା ଭୁବନେଶ୍ୱର ରେ ବର୍ଷା ପାଣିରେ ଭାସିଲ ବସ। ୩ ଘଣ୍ଟା ଲଗାଣ ବର୍ଷା ରେ ବୁଡ଼ିଲା ଭୁବନେଶ୍ୱର। ଭୁବନେଶ୍ୱର ର ପ୍ରାୟ ସମସ୍ତ ସ୍ଥାନ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ପରିସ୍ଥିତି ଏପରି ହୋଇଥିଲା କି ଇସ୍କନ ମନ୍ଦିର ସାମ୍ନାରେ କାକଟପୁର-ନିମାପଡା ଯାଉଥିବା ଏକ ଯାତ୍ରୀବାହୀ ବସ ଏହି ପାଣିରେ ଫସିଯାଇଥିଲା। ବସରେ ଥିବା ଯାତ୍ରୀ ମନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କାରଣ ରାସ୍ତାରେ ଅଣ୍ଟାରୁ ଅଧିକ ପାଣି ଚାଲୁଥିବାରୁ ଯାତ୍ରୀମାନେ ବସରୁ ବହାରକୁ ବାହାରି ପାରୁ ନାହାନ୍ତି। ବହୁସମୟ ଧରି ବସଟି ପାଣିରେ ଫସିରହିଥିବାରୁ ତାହା ଷ୍ଟାର୍ଟ ମଧ୍ୟ ହେଉନାହିଁ। ଯାତ୍ରୀ ମାନଙ୍କୁ ଉଦ୍ଧାର କରିବାପାଇଁ ଓଡ୍ରାଫ୍ଟ ଟିମ ଓ ପୋଲିସ ପକ୍ଷରୁ ଚେଷ୍ଟା କରାଯାଉଛି।
ସେହିପରି ନୟାପଲ୍ଲୀ ବେହେରାସାହି ର ଘର ଗୁଡିକରେ ପାଣି ପସିଯିବାରୁ ଲୋକମାନେ ବହୁତ ହଇରାଣ ହେଉଛନ୍ତି। କେବଳ ଭୁବନେଶ୍ୱର ନୁହେଁ କଟକରେ ମଧ୍ୟ ଲୋକେ ବର୍ଷା ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ କଟକର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି।