ଶିମିଳିପାଳ ଅଭୟାରଣ୍ୟରେ ଦନ୍ତାହାତୀକୁ ମାରି ଦାନ୍ତ କାଟି ନେଲେ ଶିକାରୀ

0

ଅଭୟାରଣ୍ୟ ଭିତରେ ହାତୀ ଶିକାର । ବିରାଟ ଦନ୍ତାହାତୀକୁ ମାରି ଦାନ୍ତ କାଟି ନେଲେ ଶିକାରୀ । ଏତିକିରେ କଥା ସରିଲାନି । ମୃତହାତୀକୁ ପୋଡି ଦେହାବଶେଷକୁ ନଦୀରେ ଭସାଇ ଦେଲେ ।

ଶିମିଳିପାଳ ବନବାସୀ ଏସଂପର୍କରେ ଅଭିଯୋଗ କରିବା ପରେ ଏପରି ସାଂଘାତିକ ଘଟଣା ସାମ୍ନାକୁ ଆସିଛି ।

ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ ବନ କର୍ମଚାରୀ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ୩ ଜଣ ବନକର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ରେଞ୍ଜର ଓ ୨ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ।

ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ ୫୦ ଜଣ ବନ କର୍ମଚାରୀଙ୍କୁ ନେଇ ଘଟଣାର ତଦନ୍ତ ପାଇଁ ଜେନାବିଲ ରେଞ୍ଜକୁ ଯାଇଥିଲେ । ବହୁ ସମୟ ଧରି ଛାନବିନ୍ କରିବା ପରେ ହାତୀ ପୋଡା ହୋଇଥିବା ସ୍ଥାନ ଚିହ୍ନଟ କରିଥିଲେ । ଏହାସହ ନଦୀରୁ କିଛି ହାଡ ମଧ୍ୟ ଜବତ କରିଥିଲେ । ଏହି ସବୁ ହାଡକୁ ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ ପାଇଁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ।

ଗତ ୭ ତାରିଖରେ ଜେନାବିଲ ରେଞ୍ଜରେ ଏକ ଦନ୍ତାହାତୀକୁ ଶିକାର କରାଯାଇଥିଲା । ରେଞ୍ଜର କିଛି ବନ କର୍ମଚାରୀ ନିଜ ଦୋଷକୁ ଲୁଚାଇବା ପାଇଁ ହାତୀ ଭଳି ବିରାଟ ଜୀବର ମୃତ ଦେହକୁ ଗାଏବ କରିଦେବାକୁ ଯୋଜନା କରିଥିଲେ ।

Leave a comment