ରାଜନୈତିକ କଳି , ଟିଟୋ ପଡିଲେ ବଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟଦ ଉସ୍ମାନ ଅଲ୍ଲୀଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ କାଲି ତାକୁ କେନ୍ଦ୍ରାପଡ଼ା ଏସ୍ଡିଜେମ୍ କୋର୍ଟରେ ହାଜର କରାଯାଇଥିଲା। ତେବେ ଅଧିକ ରିମାଣ୍ଡରେ ନେବାକୁ କ୍ରାଇମ୍ବ୍ରାଞ୍ଚ(ଏସ୍ଟିଏଫ୍) ଟିମ୍ ଆବେଦନ ନକରିବାରୁ ଟିଟୋଙ୍କୁ ଡେରାବିଶ ବ୍ଲକ ବାରିମୂଳସ୍ଥିତ ସବ୍ଜେଲକୁ ପଠାଇ ଦିଆଯାଇଛି। ଏହି ସମୟରେ ଟିଟୋ କହିଥିଲା ଯେ, ମୁଁ ନିର୍ଦ୍ଦୋଶ। ମୋତେ ଫସାଇ ଦିଆଯାଇଛି। ଟିଟୋ ର ସାମ୍ରାଜ୍ୟ କୁ ଧ୍ବଂସ କରିବାରେ ଲାଗିପଡିଛି କ୍ରାଇମ୍ବ୍ରାଞ୍ଚ ର ଏସ୍ଟିଏଫ୍ ଟିମ୍। ଏସ୍ଟିଏଫ୍ ୧୦ ଟି ଟିମ୍ କଟକ ଜିଲ୍ଲାରେ ଚଢ଼ାଉ କରି ଟିଟୋ ର ୮ ଜଣ ସହଯୋଗୀଙ୍କୁ ରାତି ଅଧିଆ ଉଠାଇ ନେଇଛି। ସେମାନଙ୍କ ମଧ୍ୟରୁ ଗୋଲଡେନ ପପୁ ଯିଏକି ଟିଟୋ ର ପ୍ରମୁଖ ସହଯୋଗୀ ଏବଂ ତା ନାଁ ରେ ୧୦ ରୁ ଅଧିକ ହତ୍ୟା ମାମଲା ରହିଥିବା ଜଣାପଡିଛି।
ଟିଟୋର ଦୀର୍ଘଦିନ ର ଅପରାଧିକ ସାମ୍ରାଜ୍ୟ ସମ୍ୱନ୍ଧରେ ସତରେ କଣ ସରକାର ଅବଗତନଥିଲେ ? ଟିଟୋ ସାମ୍ରାଜ୍ୟ ଉପାଖ୍ୟାନ ଆରମ୍ଭ ହେବ ପରେ ଏହିପରି ଅନେକ ପ୍ରଶ୍ନ ଜନସାଧାରଣ ଓ ବୁଦ୍ଧିଜୀବି ମହଲରେ ଘନୀଭୂତ ହେଉଛି।
କେନ୍ଦ୍ରାପଡ଼ାରେ ବହୁ ମିଶ୍ରଣ ପର୍ବ ହୋଇଛି। କେନ୍ଦ୍ରାପଡ଼ା ଆଖପାଖ ଅଞ୍ଚଳ ଯଥା ମାହାଙ୍ଗା, ବରୀ, ଯାଜପୁର ର କିଛି ଅଞ୍ଚଳ ଓ କେନ୍ଦ୍ରାପଡ଼ା ର ବିଭିନ୍ନ ଅଞ୍ଚଳ ରେ ମିଶ୍ରଣ ପର୍ବ ହୋଇଛି। ଏହି ସବୁ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତି ବାରି ହୋଇପଡ଼େ। ଧୀରେ ଧୀରେ ଦେଖାଗଲା ଏହି ମିଶ୍ରଣ ପର୍ବରେ ଅତି ପରିମାଣରେ ଲୋକ ନହେଲେ ମଧ୍ୟ ଆଖିଦୃଷ୍ଟିୟା ଲୋକ ନିଶ୍ଚୟ ରହିଥିଲେ। ଏହି ଧାରଣା ଆନାଲିସିସ କରିଥିଲା ଗୁଇନ୍ଦା ବିଭାଗ। ଲୋକ କେଉଁଠୁ ଆସୁଛନ୍ତି , ଲୋକଙ୍କୁ କିଏ ପ୍ରବର୍ତଉଛି। ଖବର ମିଳିଥିଲା ଟିଟୋ ବିଜେପି ପଛରେ ରହିଛି। ଏହାକୁ ଆୟୁଧ କରି ମନକୁ ସୁନା ପାଇଗଲା ପରି ଖୁସି ହୋଇଯାଇଥିଲା ବିଜେଡ଼ି ସରକାର। ନିର୍ବାଚନ ଯେତିକି ପାଖେଇ ଆସୁଥିଲା ଖୋଜା ଚାଲିଥିଲା ଟିଟୋର କ’ଣ କ’ଣ ବ୍ୟବସାୟ ଚାଲିଛି ? ମିଳିଥିଲା ପେଟ୍ରୋଲ ପମ୍ପ ଲିଙ୍କ । ବିଜେଡ଼ି ଆହୁରି ଖୁସି ହୋଇଯାଇଥିଲା।ଭାବିଥିଲା ଏହାକୁ ଆୟୁଧ କରି ବିଜେପି ପାନେ ଦବ। ସେଥିପାଇଁ ସେ ଟିଟୋ କୁ ଧରିଥିଲା। କିନ୍ତୁ ବିଜେଡ଼ି ଡାଳେ ଡାଳେ ଯାଉଥିଲେ ବିଜେପି ପତ୍ରେ ପତ୍ରେ ଗଲା ଭଳି ଏ ଖବର କିପରି ବାହାରେ ବେଶି ପ୍ରଚାର ନହେବ, ଧର୍ମେନ୍ଦ୍ର ଙ୍କ ଇମେଜ କିପରି ଖରାପ ନହେବ ଏକଥା ଯେପରି ଜାତୀୟ ମିଡ଼ିଆ ରେ ଆଲୋଚନା ନହେବ ସେଥିପାଇଁ ସିବିଆଇ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଙ୍କ ପୁଅ କୁ ଜେରା କରିଥିବା ଖବର ଆସିଥିଲା। ଅବଶ୍ୟ ମନ୍ତ୍ରୀ ଏହାକୁ ମନା କରିଦେଇଥିଲେ। ହେଲେ ଖବର ଟି ଏତେ ବଡ ଥିଲା ଯେ ତିନି ତୁଣ୍ଡରେ ଛେଳି କୁକୁର ଭଳି ବ୍ୟାପି ଯାଇଥିଲା। ଟିଟୋ ଯେ ୭/୮ ବର୍ଷ ହେଲା ଓଡ଼ିଶାରେ ରାଜନୀତି କରୁଥିଲା ବୋଲି ଓଡ଼ିଶା ସରକାର ଜାଣିପାରି ନଥିଲେ ସେକଥା ନୁହେଁ , କାହିଁକି ନା ଟିଟୋ ର ସାମ୍ରାଜ୍ୟ ତ ଏବେ ବଢିନି ତେବେ ରାଜ୍ୟ ସରକାର ଏବେ କାହିଁକି ଟିଟୋ କୁ ଆକ୍ରମଣ କଲେ ? ରାଜ୍ୟ ସରକାର ଭାବିଥିଲେ ଟିଟୋ କୁ ଧରି ବିଜେପି କୁ ଅକଳ ରେ ପକାଇବେ । ମାତ୍ର ବିଜେଡ଼ି ର ସବୁ ପ୍ଲାନ କୁ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଙ୍କ ପୁଅ କୁ ସିବିଆଇ ର ଜେରା ଫିକା କରିଦେଇଥିଲା। ଟିଟୋ ଉପାଖ୍ୟାନ ର ମୂଳ କଥାଟି ହେଉଛି , ଏଇଠି ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ କୁ ବିଜେପି ର ସିବିଆଇ ଏହାହିଁ ହେଉଛି ଖେଳ।
ନିକଟ ରେ ଅମିତ ଶାହା ଓଡ଼ିଶା ଆସିଥିଲେ ଓ ନିଜେ ଯାଇ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଙ୍କୁ ତାଙ୍କ ଘରେ ଭେଟି ଥିଲେ। ଏବଂ ତାର ଠିକ ୧୮ ଦିନ ପରେ ରଘୁନାଥଙ୍କୁ ରାଜ୍ୟସଭା ପଠାଇଥିଲେ । ସେହି ରଘୁନାଥଙ୍କୁ ଯାହାକୁ ଟିକେଟ ଦିଆ ଯାଇନଥିଲା। ତେଣୁକରି ବିଜେପି ଯେ ଚୁପ ବସିଯାଇଛି ତାହାନୁହେଁ। ବିଜେପୁର ଉପନିର୍ବାଚନ ହାରିଛନ୍ତି ସତ କିନ୍ତୁ ୨୦୧୯ ନିର୍ବାଚନ ରେ ମିଶନ ୧୨୦ କଥା ମନରୁ ପୋଛି ନାହିଁ। ଏପଟେ ନବୀନ ବି ତୟାର ହେଲେଣି। ବିଜେଡ଼ି ମୁଖ୍ୟ ନବୀନ ପଟନାୟକ ହେଉଛନ୍ତି ରାଜନୀତିର କପି ମାଷ୍ଟର। ସବୁ ଦଳର ଭଲ ଜିନିଷକୁ ସେ ଗ୍ରହଣ କରିଥାନ୍ତି। ଦିନଥିଲା ସେ ବେଶି ପ୍ରଚାର କରୁନଥିଲେ। କିନ୍ତୁ ମୋଦି ଯେଉଁ ଷ୍ଟାଇଲରେ ପ୍ରଚାର କରୁଛନ୍ତି ଠିକ ସେଇ ଷ୍ଟାଇଲରେ ନବୀନ ବି ପ୍ରଚାର କରିବା ଆରମ୍ଭ କଲେଣି । ଆରଏସଏସ କର୍ମୀ ମାନେ ବିଜେପି ପାଇଁ କାମ କରୁଥିବା ବେଳେ ‘ବିଜୁ ଯୁବ ବାହିନୀ’ ଗଢ଼ା ହେଲାଣି। ଏଥର ରଥଯାତ୍ରା ରେ ବିଜୁ ଯୁବ ବାହିନୀ ର ଝଲକ ଦେଖିବାକୁ ମିଳିଥିଲା। ବିଜେପି ଯେତିକି ସକ୍ରିୟ ହୋଇ ଉଠିବାକୁ ଚେଷ୍ଟା କରୁଛି ନବୀନ ବି ତାଙ୍କ ରାସ୍ତାରେ ଚାଲିଛନ୍ତି।
ଏହାଭିତରେ ଟିଟୋ, ସୂର୍ଯ୍ୟନାରାୟଣ ପାତ୍ର ଙ୍କ ପୁଅ ଗୋଟିଏ ଗୋଟିଏ ପ୍ରସଙ୍ଗ। ଚେସ ର ଗୋଟି ଚଳାଇଲା ଭଳି ଏମାନେ ବ୍ୟବହାହାର ହେଉଛନ୍ତି। କେତେବେଳେ ଟିଟୋ ମନ୍ତ୍ରୀ ହୋଇ ସମସ୍ତଙ୍କୁ ମରିଦେଉଥାଏ ତ ଆଉ କେତେବେଳେ ସୂର୍ଯ୍ୟନାରାୟଣ ଙ୍କ ପୁଅ ସୈନ୍ୟ ହୋଇଥାଇ ପାରେ ଚେସ ଗୋଟି ପରି । କିନ୍ତୁ ରାଜନୀତି ରେ ଗୋଟିଏ ସୈନ୍ୟ ର ଝଟକା ବି ରାଜା କୁ କ୍ଷତି ପହଞ୍ଚାଇଥାଏ ।