ଉପଯୁକ୍ତ ସନ୍ତାନ ଗଢିବା ପାଇଁ ହେଲେ ପିତାମାତା ଏଥିପ୍ରତି ନିହାତି ଦୃଷ୍ଟି ଦେବା ଦରକାର

0

ସଫଳତାର ପୁଞ୍ଜି କହୁଛି ଯେ ସନ୍ତାନକୁ ନେଇ ପିତାମାତା ସର୍ବଦା ସଜାଗ ରହିବା ଆବଶ୍ୟକ l ଯଦି ଏଥିରୁ ଟିକିଏ ମାତ୍ର ଏପଟ ସେପଟ ହୋଇଯାଏ ତାର ପରିଣାମ ଭୟଙ୍କର ହୋଇଥାଏ l ପିତାମାତା ନିଜ ସନ୍ତାନର ଲାଳନପାଳନ ସେପରି କରିବା ଆବଶ୍ୟକ ଯେପରି ମାଳି ଗଛର କରିଥାଏ l

ଏହି କଥାକୁ ଅଣଦେଖା କରନ୍ତୁ ନାହିଁ :
ସଫଳତାର ପୁଞ୍ଜି କହୁଛି ପିତାମାତା କଦାପି ସନ୍ତାନ ମାନଙ୍କର ଲାଳନପାଳନ ରେ ଅଣଦେଖା କରିବା ଉଚିତ ନୁହେଁ l ଯଦି ଠାରେ କିଛି ଗୋଟିଏ ଖରାପ ଅଭ୍ୟାସ ପଡି ଯାଇଥାଏ ତେବେ ତାକୁ ଦୂରେଇବା ଖୁବ କଷ୍ଟକର ହୋଇଯାଏ l ତେଣୁ ପ୍ରତିଟି ମାତାପିତା ଚେଷ୍ଟା କରିବା ଉଚିତ ଯେ କୌଣସି ଖରାପ ଅଭ୍ୟାସ ତାଙ୍କ ସନ୍ତାନର ନହେଉ l

ଅନୁଶାସନ ନିହାତି ଶିଖାଇବା ଉଚିତ :
ସଫଳତାର ପୁଞ୍ଜି କହୁଛି ଯେ ନିଜ ସନ୍ତାନକୁ ଗୋଟିଏ ଅନୁଶାସନ ମଧ୍ୟରେ ନିହାତି ରଖିବା ଆବଶ୍ୟକ l ଯେଉଁ ମାତାପିତା ନିଜ ସନ୍ତାନକୁ ଅନୁଶାସନର ମହତ୍ୱ ଶିଖାଇ ଥାଆନ୍ତି ସେମାନେ ଦୁଃଖ ଠାରୁ ଦୁରେଇ ରୁହନ୍ତି l ଏପରି ମାତାପିତାଙ୍କ ସନ୍ତାନ ଜୀବନ ରେ ବିଶେଷ ସଫଳତା ଲାଭ କରିଥାଏ ଓ ନିଜ ବଂଶର ନାମ ଉଜ୍ଜ୍ୱଳ କରିଥାଏ l

ନିଜ ସନ୍ତାନକୁ ସମୟ ନିହାତି ଦିଅନ୍ତୁ :
ଅଭିଭାବକ ମାନେ ଯେତେ ବ୍ୟସ୍ତ ରହୁଥିଲେ ସୁଧା ନିଜ ସନ୍ତାନ ପାଇଁ ଉଚିତ ସମୟ ନିହାତି ବାହାର କରନ୍ତୁ l ଏପରି କରିବା ଦ୍ୱାରା ମାତାପିତା ଓ ସନ୍ତାନ ମାନଙ୍କ ମଧ୍ୟରେ ସମ୍ବାଦ ହୀନତା ସ୍ଥିତି ଉତ୍ପନ୍ନ ହୋଇ ନଥାଏ l ଯଦି ଆପଣ ନିଜ ସନ୍ତାନର ନିକଟତର ହେବେ ନାହିଁ ତେବେ ଏହା ଯେତେ ସୁଦୃଢ ସମ୍ପର୍କ ହେଲେ ମଧ୍ୟ ତାକୁ ଦୁର୍ବଳ କରିଦେବ l

ସତ୍ୟ କହିବା ପାଇଁ ପ୍ରାତ୍ସାହିତ କରନ୍ତୁ :
ସଫଳତାର ପୁଞ୍ଜି କହୁଛି ପିତାମାତା ନିଜ ସନ୍ତାନକୁ ସତ୍ୟ କହିବା ପାଇଁ ସର୍ବଦା ପ୍ରୋତ୍ସାହିତ କରନ୍ତୁ l ତା ସହିତ ବଡ ମାନଙ୍କ ଆଦର ଓ ମିଷ୍ଟ ଭାସି ହେବାର ଶିକ୍ଷା ଦେବା ଆବଶ୍ୟକ l ଯାହା ଗୋଟିଏ ସନ୍ତାନକୁ ଠିକ ମଣିଷ କରିବାରେ ଗଢି ତୋଳିବ l

Leave a comment